Advertisment

କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ, ଧରାପଡ଼ିଲେ ହୋଇପାରେ ୬ ମାସ ଜେଲ୍

ଘରୁ କାର୍ କାଢ଼ିବା ଆଗରୁ ଦେଖିନିଅନ୍ତୁ, କାଚରେ କଳାଫିଲ୍ମ ଲାଗିନି ତ ? କାରଣ ରାସ୍ତାରେ ଏଣିକି ଗଡ଼ିପାରିବନି କଳାକାଚ ଥିବା ଗାଡ଼ି।

ଅଦ୍ୟତନ ହୋଇଛି
undefined

Tinted glass

Advertisment

କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ ! ସାଧାରଣ ନାଗରିକ ହୁଅନ୍ତୁ, ଅବା ଭିଆଇପି କି ଭିଭିଆଇପି । ପୁଣି କମିଶନରେଟ୍ ପୋଲିସ ସ୍କାନରରେ ବେଆଇନ କଳାକାଚ । ଧରାପଡ଼ିଲେ ୫ ହଜାର ଯାଏଁ ଫାଇନ୍, ୬ ମାସ ହୋଇପାରେ ଜେଲ୍ । ଆଜି ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି

Advertisment

ପୂରାପୂରି ନା । ରାଜଧାନୀରେ ଦୁଇ ଦିନରେ ଧରାପଡ଼ିଲେଣି ୫୦ରୁ ଅଧିକ ଖିଲାପକାରୀ । କଟିଲାଣି ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଚାଲାଣ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ କଡ଼ାକଡ଼ା କରିବାକୁ ବେଶ୍ କିଛି ଦିନର ବ୍ୟବଧାନ ପରେ, ପୁଣି କମିଶନରେଟ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଚାଲିଛି ସ୍ପେଶାଲ୍ ଡ୍ରାଇଭ । ଛକ ଛକରେ ଚେକିଂ ଚାଲିଥିବା ବେଳେ, ଯେଉଁଠି କଳାକାଚ ଲାଗିଥିବା ଗାଡ଼ି ଉପରେ ନଜର ପଡ଼ୁଛି, ତାକୁ ସେଠି ଅଟକାଇ କଳା ପ୍ଲାଷ୍ଟିକ୍ ଜରି ଭଳି ଫିଲ୍ମ ଗୁଡ଼ିକ ଚିରା ଯାଉଛି, ତା ସହ ଫାଇନ୍ କରିବା ସହ ମାମଲା ବି ରୁଜୁ ହେଉଛି ।

୨୦୧୩ରୁ ଗାଡ଼ିରେ କଳାକାଚ ଲଗାଯିବାକୁ ବେଆଇନ ଘୋଷଣା କରିଛି ରାଜ୍ୟ ପରିବହନ ବିଭାଗ । ହେଲେ ନିୟମ ଲାଗୁ ହେବାର ୧୦ ବର୍ଷ ପରେ ବି ରାସ୍ତାରେ ଗଡ଼ୁଛି ସେଭଳି ଗାଡ଼ି । ଗାଡ଼ି ଭିତରେ କିଏ ଅଛି, କ’ଣ ଚାଲିଛି, କାଚ ନ ଖୋଲିଲେ ବାହାରୁ କିଛି ଦିଶିବନି । ତେବେ ବର୍ତ୍ତମାନ ଧରପଗଡ଼ ଜୋର୍ ଧରିବା ପଛରେ, ନିର୍ବାଚନ ଋତୁକୁ ଏକ କାରଣ ବୋଲି କୁହାଯାଉଛି । କାର୍ ଭିତରେ କଳାକାଚ ଆଢ଼ୁଆଳରେ କଳାଟଙ୍କା ଓ ଅସାମାଜିକ ତତ୍ତ୍ୱ ପୋଲିସ ନଜରରୁ ଖସିଯିବାର ଆଶଙ୍କା ରହିଛି । ତେବେ କେବଳ ନିର୍ବାଚନ ବେଳେ ନୁହେଁ, ସବୁ ସମୟରେ ଏ ପ୍ରକାର ଚେକିଂର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି ।

Advertisment

ମଦ୍ୟପ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ ଓ ରଙ୍ଗରୁଟରେ ଯାଉଥିବା ଅମାନିଆଙ୍କ ଗାଡ଼ିକୁ ଜବତ କରି ମାମଲା ରୁଜୁ ପରେ, ଏବେ କଳାକାଚ ହଟାଅ ଅଭିଯାନ କେତେ ଫଳପ୍ରଦ ହେଉଛି, ତା ଉପରେ ନଜର ।

Bhubaneswar RTO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ