Advertisment

ଲକ୍‌ଡାଉନ୍‌ ପାଇଁ ବଢିଛି ସାଇବର କ୍ରାଇମ୍ !

କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି।

ଲକ୍‌ଡାଉନ୍‌ ପାଇଁ ବଢିଛି ସାଇବର କ୍ରାଇମ୍ !

CP Soumendra Priyadarshi

Advertisment

ଭୁବନେଶ୍ୱର: ମାସକରେ ସାଇବର ଠକି ଠକିନେଲେ କୋଟିଏ ଟଙ୍କା। ଲକଡାଉନ ସମୟରେ ସାଇବର ଠକଙ୍କ ଠକେଇ ନେଇ ଏଭଳି ତଥ୍ୟ ଦେଇଛି ସାଇବର ସେଲ୍। ଜୁଲାଇରେ ୧ କୋଟି ୧୦ ଲକ୍ଷ ୮୫ ହଜାର ୬୫୪ ଟଙ୍କା ସାଇବର ଠକେଇ ହୋଇଛି। କେବଳ ଭୁବନେଶ୍ୱରରୁ ଠକିଛନ୍ତି ୫୫ ଲକ୍ଷ ୬୮ ହଜାର ଟଙ୍କା। ହେଲେ ଠକେଇ ଟଙ୍କାରୁ ସାଇବର ଠକଙ୍କ ନିକଟରୁ ଫେରିଛି ମାତ୍ର ୮ ଲକ୍ଷ ୫୬ ହଜାର ଟଙ୍କା।

Advertisment

କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧିକ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି। ସାଇବର ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ଏମିତିକି ଘର ଭଡ଼ା ନେବାକୁ କହି ଟଙ୍କା ଲୁଟ କରୁଥିବା ସାମ୍ନାକୁ ଆସିଛି।  ତେଣୁ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।  

ସାଇବର କ୍ରାଇମ୍‌ କେବଳ ରାଜ୍ୟରେ ନୁହେଁ, ସାରା ଦେଶ ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଶେଷ କରି ମହାମାରୀ ସମୟରେ ଲୋକେ ବହୁଳ ଭାବେ ଡିଜିଟାଲ ମୋଡ୍‌କୁ ବ୍ୟବହାର କଲେ, ସାଇବର କ୍ରାଇମ ବଢିବାରେ ଲାଗିଲା। କିଛି ନିର୍ଦ୍ଦିଷ୍ଟ ସାଇବର କ୍ରାଇମ୍‌ ଅଧିକ ମାତ୍ରାରେ ହେଉଛି। ଫେକ୍‌ ବିଜ୍ଞାପନକୁ ନେଇ ଲୋକଙ୍କ ଠାରୁ ଟଙ୍କା ଲୁଟିବା, ଚାକିରି କହି ଠକିନେବା, ବ୍ୟାଙ୍କ ଫେକ୍‌ (ଲୋନ୍‌ କରିବା, ଅଫର୍‌, ଏଟିଏମ୍‌ କାର୍ଡ) ଆଦି କହି ଲୋକଙ୍କ ଠାରୁ ଅନେକ ଟଙ୍କା ଲୁଟୁଛନ୍ତି। 

Advertisment
Commissionerate Police Odisha News Soumendra Priyadarshi Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ