Advertisment

ଧରମ ଭାଇ କରି ୪୦ ଲକ୍ଷ ଠକି ନେଲା ଧରମ ଭଉଣୀ !

ଶେଷରେ ପାଟକୁରା ପୋଲିସ ଉଭୟ ଠକ ଦଂପତି ବୀଣା ମିଶ୍ର ଓ ବିଭୁ ମିଶ୍ରକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Couple dupes brother off Rs 40 lakh in Odisha

Fraud

Advertisment

ଔଷଧ କମ୍ପାନୀ କରିବା ପାଇଁ ଧରମ ଭାଇ ଠାରୁ ୪୦ ଲକ୍ଷ ଟଙ୍କା ଚୁନା ଲଗାଇଥିଲେ ଠକ ଦମ୍ପତ୍ତି। ଟଙ୍କା ନେଇ ଧରାଛୁଆଁ ଦେଉ ନଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଧରିଛି କେନ୍ଦ୍ରାପଡ଼ା ପୋଲିସ। ଠକାମିର ଶିକାର ହୋଇଥିବା ଔଷଧ ବ୍ୟବସାୟୀ ହେଲେ ପାଟକୁରା ଥାନା ବଛରାଇ ଗାଁର ସନ୍ତୋଷ ପରିଡା।

Advertisment

ସନ୍ତୋଷ ୨୦୧୮ ଜାନୁଆରୀ ମାସରେ ହରିଦ୍ୱାରର ଏକ ଫାର୍ମା ସହିତ ଯୋଗାଯୋଗ ପରେ ସେଠାକୁ ଯାଇ ନିଜ ଜିଲ୍ଲା ତମାଳ ଶାସନ ଗାଁର ବିଭୁ କଲ୍ୟାଣ ମିଶ୍ର ଓ ତାଙ୍କ ପତ୍ନୀ ବିଣା ମିଶ୍ରଙ୍କୁ ଭେଟିଥିଲେ। ଉଭୟ ଦଂପତି ସନ୍ତୋଷଙ୍କ ସହ ମିଶିବା ପରେ ବୀଣା, ସନ୍ତୋଷଙ୍କୁ ଧରମ ଭାଇ କରି ବିଶ୍ୱାସ ଜନ୍ମାଇଥିଲେ । ଏକ ମେଡିସିନ କମ୍ପାନୀ ଖୋଲିବା ପାଇଁ ପ୍ରଲୋଭିତ କରିବା ପରେ ସନ୍ତୋଷ ବିଭୁଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଦେଇଥିଲେ।

ଅଧିକ ପଢ଼ନ୍ତୁ: ବିଦେଶିନୀଙ୍କୁ ଠକିଲେ; ୩୦୦ଟଙ୍କାର ଗହଣାକୁ ୬କୋଟିରେ ବିକି ଲଗାଇଲେ ଚୂନା

Advertisment

ହେଲେ କଂପାନୀ ଖୋଲିବା ଡେରି ହେବାରୁ ସନ୍ତୋଷଙ୍କ ସନ୍ଦେହ ହେଲା। ବାରମ୍ବାର ଟଙ୍କା ମାଗିବା ପରେବି ନ ମିଳିବାରୁ ଏନେଇ ଥାନାରେ ଅଭିଯୋଗ ଓ କୋର୍ଟରେ ମାମଲା ପରେ କେନ୍ଦ୍ରାପଡା ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଶେଷରେ ପାଟକୁରା ପୋଲିସ ଉଭୟ ଠକ ଦଂପତି ବୀଣା ମିଶ୍ର ଓ ବିଭୁ ମିଶ୍ରକୁ ଗିରଫ କରିଛି।

ସେପଟେ ପୁଣି ସାମ୍ନାକୁ ଆସିଛି ଆଉ ଏକ ସାଇବର ଠକେଇ । ୫୦ ଟଙ୍କାର ଲୋଭ ଦେଖାଇ ନେଇଗଲେ ୩ ଲକ୍ଷରୁ ଅଧିକ ଟଙ୍କା । ସାଇବର ଫ୍ରଡର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ମହିଳା । ଟିଲିଗ୍ରାମରେ ରେଟିଙ୍ଗ ଦେଇ ସହଜରେ ଅର୍ଥ ରୋଜଗାର କରିବା ଆଶାରେ ଫସିଛନ୍ତି । ନୟାପଲ୍ଲୀର ସ୍ମିତା ଚୌଧୁରୀ ନାମକ ମହିଳା ଟିଲିଗ୍ରାମ ଗ୍ରୁପରେ କିଛି ରେଟିଙ୍ଗ ଦେଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ଗୋଟେ ରେଟିଙ୍ଗରେ ୫୦ ଟଙ୍କାର ପାଇବେ ବୋଲି ସାଇବର ଠକ ଲୋଭ ଦେଖାଇଥିଲେ । ପର୍ଯ୍ୟାୟ କ୍ରମେ ୨ ହାଜର ଟଙ୍କା ଦେଲେ ମୂଳ ଟଙ୍କା ସହ ରେଟିଙ୍ଗ ଟଙ୍କା ଡବଲ ହେଇଯିବ । ଏମିତି ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଠାରୁ ୩ ଲକ୍ଷ ୩୬ ହାଜର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା ।

Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ