Advertisment

Couple Brutally Punished: ମରିଗଲା ମାନବିକତା, ହଜିଗଲା ବିବେକ; ମଣିଷକୁ ‘ବଳଦ’ ଦଣ୍ଡ, ଜାଣନ୍ତୁ କାହିଁକି…

ଯୁବକ ଯୁବତୀ ଉଭୟ ପରସ୍ପରକୁ ଭଲ ପାଇ ବାହା ହେଲେ କିନ୍ତୁ ଏତେ ବଡ଼ ଭୁଲ କରିଦେଲେ କି ତାଙ୍କୁ ଗାଁ ଦାଣ୍ଡରେ ମିଳିଲା ତାଲିବାନୀ ଦଣ୍ଡ।

ଅଦ୍ୟତନ ହୋଇଛି
Couple Brutally Punished

Couple Brutally Punished

Advertisment

ପ୍ରେମ କରିବା କେତେ ମହଙ୍ଗା ହେଇପାରେ ? ନିଜ ମନ ପସନ୍ଦର ସାଥି ବାଛିବା କେତେ କଷ୍ଟ ହେଇପାରେ ? ଏମିତି ପ୍ରଶ୍ନ ଏଥିପାଇଁ କି, ଯୁବକ ଯୁବତୀ ଉଭୟ ପରସ୍ପରକୁ ଭଲ ପାଇ ବାହା ହେଲେ କିନ୍ତୁ ଏତେ ବଡ଼ ଭୁଲ କରିଦେଲେ କି ତାଙ୍କୁ ଗାଁ ଦାଣ୍ଡରେ ମିଳିଲା ତାଲିବାନୀ ଦଣ୍ଡହଁ ଠିକ୍ ପଢିଲେ...ତାଲିବାନ୍ ଯେମିତି ଦଣ୍ଡ ଦିଅନ୍ତି ସେମିତି କିଛି ଦଣ୍ଡ ଶହ ଶହ ଲୋକଙ୍କ ସାମ୍ନାରେ ଦିଆଯାଇଛି

Advertisment

ପ୍ରେମ କଲେ ବୋଲି ଗାଁ ଦାଣ୍ଡରେ ବଳଦ ଭଳି ହଳ କଲେବାଉଁଶରେ ତିଆରି ହେଇଥିବା ହଳ, ଲଙ୍ଗଳ ପକାଇ ଦୁଇ ପଟେ ପ୍ରେମୀ ଯୁଗଳଙ୍କୁ ବାନ୍ଧି ହଳ କରାଇଲେବଳଦକୁ ଯେମିତି ଜୁଆଳିରେ ଯୋଚା ଯାଏ ସେମିତି ଯୋଚିଥିଲେ ଯୁବକ ଓ ଯୁବତୀଙ୍କୁରାୟଗଡ଼ା କଲ୍ୟାଣସିଂହପୁରର କାଞ୍ଜମଯୋଡ଼ା ଗାଁର ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛିଦୁଇ ଜଣଙ୍କ ଭୁଲ ହେଲା କି, ଯୁବକ ଜଣକ ସମ୍ପର୍କରେ ନିଜ ପିଉସୀଙ୍କୁ ବିବାହ କରିଛନ୍ତିଏହାକୁ ଆଦୌ ଗ୍ରହଣ କରିନି ସମାଜ, ଏମାନଙ୍କୁ ଏମିତିବଳଦଦଣ୍ଡ ଦେବା ପରେ ଗ୍ରାମ ଦେବତୀଙ୍କ ଆଗରେ ପୂଜା କରାଇ ଶୁଦ୍ଧି କରାଯାଇଛି

ଅଧିକ ପଢ଼ନ୍ତୁ :ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ

Advertisment
Couple Love Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ