Advertisment

Liquor Racket Busted: କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ, ଦେଶୀମଦ ବିକ୍ରି ଫଣ୍ଡାକୁ ନେଇ ରାଜଧାନୀରେ ହଇଚଇ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।

ଅଦ୍ୟତନ ହୋଇଛି
undefined

ଥଣ୍ଡା ବୋତଲରେ ଚୋରାମଦ ଫଣ୍ଡା

Advertisment

ମଦ ବିକ୍ରି ପାଇଁ ଜଳଖିଆ ତଥା ପାନ ଦୋକାନୀର ଅଭିନବ ଫଣ୍ଡା । ବନିଥିଲା ଚତୁର, ଅବକାରୀ ବିଭାଗକୁ ଦେଉଥିଲା ଚକମା । ଶେଷରେ ଭଣ୍ଡାଫୋଡ୍ ହେଲା ଥଣ୍ଡା ବୋତଲରେ ମଦ ବିକ୍ରିର ସାଂଘାତିକ ଫଣ୍ଡା । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଏକ ଥଣ୍ଡା ପାନୀୟ ସହ ପାନ ଦୋକାନ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ୍ । ତା’ନିକଟରୁ ୨ଶହ କୋଲ୍ଡ ଡ୍ରିଙ୍କସ ବୋତଲରେ ଥିବା ଦେଶୀ ମଦକୁ ଜବତ କରିଥିବାବେଳେ କେଉଁଠୁ ଓ କେମିତି ଚାଲିଥିଲା ଏହି ରାକେଟ୍ ।

Advertisment

ଅଧିକ ପଢ଼ନ୍ତୁ: ନିଆଁ ଧରାଇଦେଲା ଦୁର୍ନୀତି, ଜଜଙ୍କ ଘରୁ ମିଳିଲା ଆଖି ଖୋସି ହୋଇଗଲା ଭଳି ବିଡ଼ା ବିଡ଼ା ଟଙ୍କା

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ । କିନ୍ତୁ କଥାଟା ସତ । ଯାହାର ଖୁଲାସା କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଭଣ୍ଡାଫୋଡ୍ କରିଛି ଥଣ୍ଡା ବୋତଲରେ ମଦ ବିକ୍ରିର ସାଂଘାତିକ ଫଣ୍ଡା । ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଚାଲିଥିଲା ଏଭଳି ଦେଶୀ ମଦର ବେପାର । ଏ ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଆଜି ହଠାତ୍ ଛାପା ମାରିଥିଲା ଅବକାରୀ ଟିମ୍ । ଆଉ ଜବତ କରିଥିଲା ଉପରକୁ ନାମୀ ଦାମୀ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସ ଭଳି ଦିଶୁଥିବା ୨ ଶହ ବୋତଲ୍ ଦେଶୀ ମଦ। ଅବକାରୀ ଅଧିକ୍ଷକଙ୍କ କହିବା କଥା, ଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ସାଲିଆସାହିରୁ ଏହି ମଦ ଆଣି ଲୁଚାଚୋରାରେ ବିକ୍ରି କରୁଥିଲା ଏହି ଅଭିଯୁକ୍ତ । ତାକୁ ଏବେ ଗିରଫ କରାଯାଇଛି।

Advertisment

ଅଭିଯୁକ୍ତର ନାଁ କାର୍ତ୍ତିକଚନ୍ଦ୍ର ନନ୍ଦୀ। ଦିନେ ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ କରିଥିଲା ଏକ ଜଳଖିଆ ଦୋକାନ। ପରବର୍ତ୍ତୀ ସମୟରେ କୋଲ୍ଡ ଡ୍ରିଙ୍କସ ସହ ପାନ ଦୋକାନଟିଏ କରିଥିଲା। ହେଲେ ଲାଭରେ ଚାଲୁଥିଲା କି କ୍ଷତି ସହୁଥିଲା, ତାହା ତ ଜଣାନାହିଁ। କିନ୍ତୁ ୨ ମାସ ତଳେ ବାଛିନେଇଥିଲା ବେଆଇନ ମଦ ବିକ୍ରି କରି ରାତାରାତି ଧନୀ ବନିଯିବାର ଭିନ୍ନ ରାସ୍ତା। ସାଲିଆସାହିରୁ ମଦ ଆଣି ଆରମ୍ଭ କଲା ବେପାର। ଆଉ ବେଆଇନ ମଦ ବିକ୍ରି ବିରୋଧରେ ଧରପଗଡ଼ର ଭୟ ଭିତରେ ଆପଣାଇଲା କୋଲ୍ଡ ଡ୍ରିଙ୍କସ ବୋଟଲରେ ନିଜେ ମଦ ଭର୍ତ୍ତି କରି ବିକ୍ରିବଟାର ପନ୍ଥା। ନିଜେ ହିଁ କରୁଥିଲା ବଟଲିଂ। ଅଭିଯୁକ୍ତ କାର୍ତ୍ତିକର କହିବା କଥା, ତା’ହାତରୁ ଏହି ମଦ ନେବା ପାଇଁ ଯୁବକ ବି ଆସୁଥିଲେ, ବୟସ୍କ ବି ଆସୁଥିଲେ। ଦିନକୁ ବୋତଲ ପିଛା ୫୦ ଟଙ୍କା ହିସାବରେ ପ୍ରାୟ ୫୦ ବୋତଲ ମଦ ବିକ୍ରି କରୁଥିଲା। ତା’ଭିତରୁ ଦିନକୁ ଲିଟରେ ମଦ ନିଜେ ପିଇଦେଉଥିଲା ।

ଉପରକୁ ଖାଦ୍ୟ କିମ୍ବା ପାନୀୟ ଦ୍ରବ୍ୟର ପ୍ୟାକେଟ୍, ଭିତରେ ବେଆଇନ ଦେଶୀ ମଦର ଫଣ୍ଡା, ରାଜଧାନୀରେ ନୂଆ ନୁହେଁ। ଗତକାଲି ଭୁବନେଶ୍ବର ଅବକାରୀ ଟିମ୍, ଏଭଳି ଏକ ଗ୍ୟାଙ୍ଗକୁ ଧରିଥିଲା। ଯେଉଁମାନେ ବେସନ ପ୍ୟାକେଟରେ ମଦ ଭରି ବିକ୍ରି କରୁଥିଲେ। ଆଉ ଆଜି ଧରାପଡ଼ିଛି ଥଣ୍ଡା ବୋତଲରେ ଦେଶୀ ମଦ ରାକେଟ୍। ରାଜଧାନୀରେ ଚାଲିଥିବା ଏଭଳି ରାକେଟ ପଛର ମାଷ୍ଟରମାଇଣ୍ଡ କିଏ ? କାହା ଛତ୍ରଛାୟାରେ ଓ କେତେଦୂର ଯାଏଁ ଲମ୍ବିଛି ଲୁଚାଛପା ନକଲି ମଦର ବେପାର ? ଅବକାରୀ ବିଭାଗ, ଖୋଲିବ ତ ଅସଲ ଗୁମର ? ଏବେ ଏଭଳି ପ୍ରଶ୍ନ ଉଠୁଛି ।

Advertisment

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

Bhubaneswar Country Liquor Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ