Advertisment

ବଲାଙ୍ଗିରରେ ସରିଲା ଗଣତି, ମିଳିଲା ୩୦୫ କୋଟି ନଗଦ !

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା ।

IT Raid

IT Raid

Advertisment

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା। ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ୱାରା ଜାରି ରହିଥିଲା ଗଣତି । ଆଉ ୫ ଦିନର ଲଗାତାର ଗଣତି ପରେ ଆଜି ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

Advertisment

ଗତକାଲି ଏବଂ ଆଜି ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି ଜାରି ରଖିଥିଲେ। ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍। ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବା ବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା।

ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି। ତେବେ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି। ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ତଥ୍ୟ ଆଦାୟ କରୁଛି IT ଟିମ୍।

Advertisment

ଅନ୍ୟପଟେ ଟଙ୍କାର ଏଭଳି ଦୁର୍ଲଭ ଦୃଶ୍ୟ ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ ।ଗତକାଲି ଏବଂ ଆଜି ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କା ଗଣି ହାଲିଆ ହୋଇଗଲେଣି। ଆଲମାରିରେ ଦୀର୍ଘଦିନ ଧରି ଟଙ୍କା ସବୁ ଗଚ୍ଛିତ ଥିବାରୁ ଏବେ ଗଣିଲା ବେଳକୁ ସେଥିରୁ ବାହାରୁଥିବା ଧୂଳି ଓ ଗନ୍ଧ ନାକେଦମ୍ କରୁଛି ସମସ୍ତଙ୍କୁ। ତେଣୁ ମାସ୍କ ଲଗାଇ ଟଙ୍କା ଗଣିବାକୁ ବ୍ୟାଙ୍ଗ କର୍ମଚାରୀଙ୍କୁ କୁହାଯାଇଥିଲା ।

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ