Advertisment

ନିଶା କବଳରେ ଯୁବପିଢ଼ି, ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ...

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ବୋତଲ ବଲାଙ୍ଗିର ପୋଲିସ୍‌ ଜବତ କରିଛି।

ଅଦ୍ୟତନ ହୋଇଛି
Cough Syrup Bottles Worth Rs 40 Lakhs Seized From Bolangir

Cough syrup bottles worth Rs 40 lakhs seized from bolangir

Advertisment

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’। ଏହି ମିଶନ ଜରିଆରେ ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରାୟ ୩୫ ଜଣ କଫ ସିରପ୍‌ ମାଫିଆଙ୍କୁ ପୋଲିସ୍‌ କାବୁ କରିଛି। ଏମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଅଛନ୍ତି। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ବୋତଲ ବଲାଙ୍ଗିର ପୋଲିସ୍‌ ଜବତ କରିଛି। 

Advertisment

ଗତ କିଛି ଦିନ ହେଲା ବଲାଙ୍ଗିର ପୋଲିସ୍‌ର ମିଶନ ‘କ୍ଲିନ୍‌ କ୍ରିମିନାଲ୍‌’ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନ ଅପରାଧୀଙ୍କ ବେଆଇନ୍‌ ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ସହାୟକ ହେବ।  ଏହା ପୂର୍ବରୁ ମଧ୍ୟ ବଲାଙ୍ଗିରରେ ପର୍ଯ୍ୟାପ୍ତ ପରିମାଣର କଫ ସିରପ୍‌ ପୋଲିସ୍ ଜବତ କରିଥିଲା।

ମୁଖ୍ୟତଃ ଯୁବପିଢ଼ି ଏହି କଫ ସିରପ୍‌ ସେବନ କରୁଥିବା ସାମ୍ନାକୁ ଆସିଛି। ଏହା ଏକ ପ୍ରକାର ନିଶା ଭାବେ କାମ କରିଥାଏ। 

Advertisment
Crime Cough Syrup Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ