5T କାମରେ ଦୁର୍ନୀତି, ମୁହଁ ଖୋଲିବାରୁ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ !

ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି ।

Balangir - Harishankar

ଫାଇଭ ଟି କାମରେ ଦୁର୍ନୀତି ଅଭିଯୋଗ। ଏହାର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣା ହେଉଛି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠର । ହରିଶଙ୍କର ପୀଠର ଉନ୍ନୟନ କାମ ଚାଲିଛି । କିନ୍ତୁ ଏଥିରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।

ହେଲେ ପୂର୍ତ୍ତ ବିଭାଗର ଓଏସଡି ସିଦ୍ଧାର୍ଥ ଦାସ ତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ଖୋଦ ମାଡ଼ ଖାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ସିଦ୍ଧାର୍ଥ ଦାସ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ କରାଯାଇଛି।