Advertisment

ବଦନାମରୁ ବର୍ତ୍ତିଲା, କିନ୍ତୁ ବିବାଦ ତେଜିଲା, ଅଭିଯୋଗକାରୀଙ୍କ ବିରୋଧରେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ !

ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ ।

undefined

Baby Swapping In Capital Hospital

Advertisment

ଡିଏନ୍ଏ ରିପୋର୍ଟରୁ କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ ହୋଇନଥିବା ସ୍ପଷ୍ଟ ହେବା ପରେ ବି ଥମୁନି ବିବାଦ । ମିଥ୍ୟା ଅଭିଯୋଗ ଆଣି ହସ୍ପିଟାଲକୁ ବଦନାମ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସଂକେତ ଦେବା ପରେ ଅଭିଯୋଗ ଆଣିଥିବା ବ୍ୟକ୍ତି ବି କଡ଼ା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ବି କେଶ୍ କରିବି ।

Advertisment

ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ । ଡିଏନଏ ଟେଷ୍ଟ ରିପୋର୍ଟରୁ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ପୁଅ ନୁହେଁ ଝିଅ ହୋଇଥିବା ସ୍ପଷ୍ଟ ହେବା ପରେ ଆଜି କଡ଼ା ପ୍ରତିକ୍ରିୟା ରଖିଥିଲେ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। କହିଥିଲେ, ଶିଶୁ ଜନ୍ମ ବେଳେ ହସ୍ପିଟାଲ ପକ୍ଷରୁ ସମସ୍ତ ଏସଓପି ଅନୁସରଣ କରାଯାଉଛି । ଯେମିତି କି-ଲେବର ରୁମରେ ଶିଶୁ ଜନ୍ମ ହେବା ପରେ ପ୍ରଥମେ ମା'କୁ ଜଣାଯିବା, ନବଜାତକର ଫୁଟ୍ ପ୍ରିଣ୍ଟ ନିଆଯିବା, ଝିଅ-କି ପୁଅ ରେଜିଷ୍ଟରରେ ଉଲ୍ଲେଖ କରି ସଂଗେ ସଂଗେ ପରିବାର ଲୋକଙ୍କୁ ଅବଗତ କରିବା । ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି
ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।

Advertisment

ତେବେ ନିର୍ଦ୍ଦେଶକଙ୍କ ଏ ମନ୍ତବ୍ୟର ବି ପାଲଟା ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗକାରୀ ପ୍ରାଣକୃଷ୍ଣ । କହିଛନ୍ତି, ‘ମୁଁ ମିଛରେ ଅଭିଯୋଗ କରିନଥିଲି, ହସ୍ପିଟାଲ ଷ୍ଟାଫ୍ ପୁଅ ହୋଇଥିବା କହିବାରୁ ଅଭିଯୋଗ କରିଥିଲି । ଯେଉଁଥିପାଇଁ ସଂପୃକ୍ତ ଷ୍ଟାଫ୍‌ଙ୍କୁ ସସ୍‌ପେଣ୍ଡ କରାଗଲା । ସେ କ'ଣ କେସ୍ କରିବେ, ମୁଁ ହସ୍ପିଟାଲ ନାଁରେ ମାନହାନୀ କେସ୍ କରିବି କହିଛନ୍ତି ପ୍ରାଣକୃଷ୍ଣ।

ସରକାରୀ ଡାକ୍ତରଖାନାରେ ଶିଶୁ ଅଦଳ ବଦଳର ଇଏ ପ୍ରଥମ କି ଶେଷ ଅଭିଯୋଗ ନୁହେଁ । ବିଭିନ୍ନ ସମୟରେ ବାରମ୍ବାର ଏଭଳି ଅଭିଯୋଗ ଆସୁଛି, ବାଦ-ବିଦାଦ ଗଣ୍ଡଗୋଳ ସାଙ୍ଗକୁ ଡିଏନଏ ଟେଷ୍ଟ ଯାଏଁ କଥା ଯାଉଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ କହିଛନ୍ତି, ଗୋଟିଏ ହସ୍ପିଟାଲରେ ଏକ ସମୟରେ ଏକାଧିକ ଡେଲିଭରି ପରେ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ତେଣୁ ଏ ଦ୍ୱନ୍ଦ୍ୱକୁ ଦୂର କରିବାକୁ ଏଥିପାଇଁ ଥିବା ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ ଉପରେ ଜୋର୍ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Advertisment
Bhubaneswar Odisha Capital Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ