Advertisment

ବିଜେଡି ନେତା ପ୍ରଣୟ ସାହୁଙ୍କ ବିରୋଧରେ ମାମଲା

ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି।

BJD leader Pranaya Sahoo

BJD leader Pranaya Sahoo

Advertisment

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲେଟର ବିଜେଡି ନେତା ପ୍ରଣୟ ସାହୁଙ୍କ ବିରୋଧରେ ରୁଜୁ ହେଲା ମାମଲା। ଗାଇସିଲେଟ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଗାଇସିଲଟ ଥାନା ASI ପ୍ରମୋଦ ପାତ୍ରଙ୍କ ଏତଲା ଆଧାରେ ମାମଲା ରୁଜୁ କରାଯାଇଛି ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ବିରୋଧରେ। ଏପରିକି ମହିଳା ପୋଲିସ କର୍ମଚାରୀଙ୍କୁ ଦୁବ୍ୟବହାର ନେଇ ମଧ୍ୟ ମାମଲା ରୁଜୁ ହୋଇଛି।

Advertisment

ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି। ତେବେ ଏନେଇ ବିଜେଡି ନେତା ପ୍ରଣୟ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

Odisha BJD SP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ