Advertisment

ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ ୫ଶହ ଚୋରି

ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍‌ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି।

ପୋଲିସ ହେପାଜତରେ ଥିବା ଚୋର ହେମନ୍ତ ଦାସ

ପୋଲିସ ହେପାଜତରେ ଥିବା ଚୋର ହେମନ୍ତ ଦାସ

Advertisment

ଭୁବନେଶ୍ୱର: ଆଖି ପିଚୁଳାକେ ଚୋରି କରୁଥିଲେ ଲକ୍ଷାଧିକ ଟଙ୍କା। ଚାହୁଁ ଚାହୁଁ ଗାଏବ କରି ଦେଉଥିଲେ ମୂଲ୍ୟବାନ ଅଳଙ୍କାର। ବନ୍ଦ ଘରୁ ବି ପଶି ବୁଲାଉଥିଲେ କଳାକନା। ଏଭଳି କିଛି କୁଖ୍ୟାତ, ମୋଷ୍ଟ ୱାଣ୍ଟେଡ୍ ଚୋରକୁ ଧରିଛି କମିଶନରେଟ୍ ପୋଲିସ୍। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୫ ବର୍ଷ ଧରି ଚୋରି କରି ଆସୁଥିବା ହେମନ୍ତ ଦାସଙ୍କୁ କାବୁ କରିଛି ପୋଲିସ୍। ୩୫ ବର୍ଷର ଚୋରି ଘଟଣାକୁ ଗୋଟି ଗୋଟି କରି ପୋଲିସ୍ ସମ୍ମୁଖରେ କହିଛନ୍ତି ହେମନ୍ତ ଦାସ। ୩୫ ବର୍ଷରେ ୫ଶହ ଜାଗାରୁ ସେ ଚୋରି କରିଛନ୍ତି।

Advertisment

ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଚେନ୍ନାଇ, କୋଲକାତା, ଦିଲ୍ଲୀ, ମୁମ୍ବାଇରେ ସେ ଲୁଟିଛନ୍ତି। ବଡ଼ ଓ ଆଲିଶାନ୍ ହୋଟେଲ୍‌ରେ ରହୁଥିଲେ। ପଡ଼ୋଶୀ ରୁମ୍‌ରୁ ଚୋରି କରୁଥିଲେ। ୧୯୮୬ ମସିହାରେ ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରିଥିଲେ ହେମନ୍ତ। ଏହି ମାମଲାରେ ସେ ଜେଲ୍‌କୁ ଯାଇଥିଲେ।

ଆଉ ସେଠି ସେ ଭେଟିଥିଲେ ଏକ ଚୋରକୁ। ଏହାପରେ ହେମନ୍ତଙ୍କ ଚୋରି କରିବା ଜର୍ଣ୍ଣିଂ ଆରମ୍ଭ ହୋଇଥିଲା। ବାରମ୍ବାର ଗିରଫ ଓ ଜେଲ୍‌ରେ ରହିବା ପରେ ବି ହେମନ୍ତ ଚୋରି କରିବା ଛାଡ଼ି ନଥିଲେ। 

Advertisment
Odisha Police Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ