Advertisment

ଭୁବନେଶ୍ବର ପରେ କଟକରେ ବି ସିମ୍ ବକ୍ସ ଠାବ

ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି ।

ଅଦ୍ୟତନ ହୋଇଛି
Sim Box

Sim Box

Advertisment

ଭୁବନେଶ୍ବର ପରେ କଟକରେ ବି ସିମ୍ ବକ୍ସ ଠାବ । ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ୍ ବକ୍ସ ଠାବ ସ୍ଥଳରେ ତନାଘନା କରୁଛି ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣି ରାଜୁ ମଣ୍ଡଳକୁ ଘାଣ୍ଟୁଛି ପୋଲିସ । ଘଟଣାସ୍ଥଳରେ ସାଇବର ଏକ୍ସପର୍ଟ ଟିମ୍ ଉପସ୍ଥିତ ରହି ସିମ୍ ବକ୍ସର ଯାଞ୍ଚ କରିଛନ୍ତି ।

Advertisment

ସେପଟେ ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ ଚାଲିଛି । ତଦନ୍ତରେ ଆବଶ୍ୟକ ହେଲେ ସାଇଣ୍ଟିଫିକ୍ ଟିମର ସହଯୋଗ ନିଆଯିବ । କୋଲକାତା ପୋଲିସ ସାହାଯ୍ୟରେ ରାଜୁ ମଣ୍ଡଳର ପରିବାରକୁ ପଚରାଉଚରା କରାଯାଉଥିବା ଡିସିପି ପ୍ରତୀକ ସିଂ କହିଥିଲେ ।

ସୂଚନା ଅନୁସାରେ ଗତ ଶୁକ୍ରବାର ରାଜଧାନୀର ଏକ ଭଡ଼ା ଘରୁ ମିଳିଲା ସାତ ସାତଟି ସିମ୍ ବକ୍ସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳରେ ଥିବା ଏଇ ଭଡ଼ା ଘରୁ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଭାବେ ଚଢାଉ କରି ଜବତ କରିଥିଲା ୭ଟି ସିମ୍ ବକ୍ସ । ତା’ସହ ୫ ଶହରୁ ଅଧିକ ସିମ୍ କାର୍ଡ ଜବତ ହୋଇଥିଲା ।

Advertisment

ସିମ୍ ବକ୍ସକୁ କରେଣ୍ଟ ଓ ଇଣ୍ଟନରେଟର ସଂଯୋଗ ବି ରହିଥିଲା । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ସେସବୁ ଉପକରଣ ଜବତ ପରେ ଘର ସିଲ୍ କରିଛି। ଅଟକ ବ୍ୟକ୍ତିଙ୍କ ନାଁ ରାଜୁ ମଣ୍ଡଳ ବୋଲି ସୂଚନା ମିଳିଥିଲା । ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଥିଲା ।

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା କରିଥିଲେ । ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏ ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ କରାଯାଉଥିଲା ଯୋଜନା । ଏହାର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ। ଶୁକ୍ରବାର ଏ ଘଟଣାରେ ଗିରଫ ହୋଇଥିବା ଯୁବକ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଏଠାରେ କେବଳ ଏଜେଣ୍ଟ ଭାବେ କାମ କରୁଥିବା କଥା ସିପି କହିଥିଲେ ।

Advertisment

ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ। ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ। ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା। ୫ଟି ଅପରେସନାଲ୍‌ ସିମ୍ ବକ୍ସ ମିଳିଛି, ସେଥିରୁ ୨୫୫ ସିମ୍ ଆକ୍ଟିଭ ଥିଲା। ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ରହିଛି ବୋଲି ପୋଲିସ କମିଶନର କହିଥିଲେ ।

SIM Box Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ