Advertisment

୫୪ ମହିଳାଙ୍କ ହୃଦୟର ରାଜା ସତ୍ୟଜିତ; ୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯ !

ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ ।

ଅଦ୍ୟତନ ହୋଇଛି
undefined

Fraudster

Advertisment

୫୪ ରାଣୀଙ୍କୁ ଜଣେ ରାଜା। ଆପଣ ଭାବୁଥିବେ ଏହା କୌଣସି ଏକ କାଳ୍ପନିକ କାହାଣୀ। କିନ୍ତୁ ଏହା ନା କାଳ୍ପନିକ ନା ପୌରାଣିକ । ଆମେ ଏବେ ଆପଣଙ୍କୁ ଏମିତି ଜଣେ ଠକ ରସିକ ବିଷୟରେ କହିବାକୁ ଯାଉଛୁ, ଯିଏ ୫ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବିବାହ କରିଥିଲା ବେଳେ ଆହୁରି ୪୯ ଜଣଙ୍କ ଟଚରେ ଥାଇ ପୋଲିସ ହାବୁଡ଼ରେ ପଡ଼ିଛି।  କିଏ ସେ ଠକ ରସିକ, ବିବାହ ନାରେ କିଭଳି ଥିଲା ତା ପ୍ରେମ ଚକ୍ରବ୍ୟୂହ...

Advertisment

ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ । ହଁ, ଶୁଣିକି ଆପଣ ନିଶ୍ଚୟ ଚମକି ପଡ଼ିଥିବେ। ବାବୁଙ୍କ ନାଁ ସତ୍ୟଜିତ ସାମଲ। ବୟସ କହିଲେ ମାତ୍ର ୩୪। ସ୍ବାମୀ ପରିତ୍ୟକ୍ତା ଓ ଅକାଳରେ ସ୍ବାମୀଙ୍କୁ ହରାଇଥିବା ମହିଳାଙ୍କୁ ଟାର୍ଗେଟ୍ ସହ ବିବାହର ମିଛ ପ୍ରତିଶ୍ରୁତି ଦେଇ ହୃଦୟ ଜିଣିବା ପରେ କାହା ସହ ରଖୁଥିଲା ଶାରିରୀକ ସଂପର୍କ ତ ଆଉ କାହାଠୁ ଆଦାୟ କରୁଥିଲା ଟଙ୍କା। ସେହି ଟଙ୍କାରେ ମଉଜ ମସ୍ତି କରି ରସିକ ନାଗର ସାଜିଥିବା ସତ୍ୟଜିତ ଶେଷରେ ପଡ଼ିଛି ପୋଲିସ ହାବୁଡ଼ରେ।

ଏକାଧିକ ମହିଳାଙ୍କ ଏତଲା ଆଧାରରେ କମିଶନରେଟ୍ ପୋଲିସ ଖୋଳତାଡ଼ କରି ଏହି ଧୂର୍ତ୍ତ ଓ ଠକ ପ୍ରେମିକକୁ ଗିରଫ କରିଛି। ଜବତ ହୋଇଛି ୨ ଲକ୍ଷରୁ ଅଧିକ ଟଙ୍କା, ୩ଟି ମୋବାଇଲ୍, ଗୋଟିଏ କାର୍ ଏବଂ ବୁଲେଟ୍। ତା’ସହ ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟସ। ୩ଟି ବ୍ୟାଙ୍କ ଆକାଉଣ୍ଟ ବି ସିଜ୍ ହୋଇଛି। ଜବତ ମୋବାଇଲ୍ ଗୁଡ଼ିକରେ ଯୁବତୀ ଓ ମହିଳାଙ୍କ ଆପତ୍ତିଜନକ ଭିଡ଼ିଓ ଓ ଫଟୋ ଥିବା ପୋଲିସ କହିଛି। 

Advertisment

ଯାଜପୁର ବିଞ୍ଝାରପୁରର ସତ୍ୟଜିତ ସାମଲ। ରହୁଥିଲା ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ । ଚଢ଼ୁଥିଲା ନାମୀ ଦାମୀ କାର୍-ବାଇକ୍ । ଚଳାଉଥିଲା ବନ୍ଧୁକ । ରିଲ୍ସ କରି ଛାଡୁଥିଲା ସୋସିଆଲ୍ ମିଡ଼ିଆରେ। କେବଳ ଏତିକି ନୁହେଁ। ମାଟ୍ରିମୋନି ସାଇଟରେ ନିଜକୁ ଇଣ୍ଟେଲିଜେନ୍ସ ବ୍ୟୁରୋ ବା ଗୁଇନ୍ଦା ବ୍ୟୁରୋ ଇନ୍ସପେକଟର ଦର୍ଶାଇ ନିଜ ପାଇଁ ଖୋଜୁଥିଲା ବିବାହ ଯୋଗ୍ୟା କନ୍ୟା। ବାବୁଙ୍କ ରଙ୍ଗଢଙ୍ଗ ଏକୁଟିଆ ରହୁଥିବା ଯୁବତୀ ଓ ମହିଳାଙ୍କୁ ପସନ୍ଦ ବି ଆସୁଥିଲା। ଏହାପରେ ସେମାନଙ୍କ ସହ ଯୋଡ଼ିହୋଇ ସତ୍ୟଜିତ ଚଲାଉଥିଲା ନିଜର ଗେମ୍ ପ୍ଲାନ୍। ସଂପୃକ୍ତ ମହିଳାଙ୍କଠାରୁ ନାନା ଆଳ କରି କାହାଠୁ ଲକ୍ଷାଧିକ ଟଙ୍କା ଆଣୁଥିଲା ତ ଆଉ କାହା ନାଁରେ କରୁଥିଲା ବ୍ୟାଙ୍କ୍ ଲୋନ୍। ସେହି ପରଧନରେ ବାବୁ ପାଳୁଥିଲା ମଙ୍ଗଳବାର। ଧରାପଡ଼ିବା ଭୟରେ ମିଥ୍ୟାର ସୌଦାଗର ସତ୍ୟଜିତ କେବେ ୟୁଏଇ, ଦୁବାଇ ପଳାଉଥିଲା। ପ୍ରତିବାଦ କଲେ ବନ୍ଧୁକ ଦେଖାଇ ଡରାଉଥିଲା ସଂପୃକ୍ତ ମହିଳା କିମ୍ବା ଯୁବତୀଙ୍କୁ। 

ଏଭଳି ଭାବେ ଜଣେ ମହିଳାଠାରୁ ୩୬ ଲକ୍ଷ ସହ କାର୍ ଓ ଅନ୍ୟ ଜଣେ ମହିଳାଠାରୁ ୮ ଲକ୍ଷ ଟଙ୍କା ସହ ବୁଲେଟ୍ ଆଦାୟ କରିଥିଲା। ଶେଷରେ ଆଉ ବେଶୀଦିନ ଚାଲିଲାନି ସତ୍ୟଜିତର ଏହି ମିଥ୍ୟା ବେପାର। କ୍ୟାପିଟାଲ୍ ଥାନାରେ ଜଣେ ମହିଳାଙ୍କ ଅଭିଯୋଗ ପରେ ଜାଲ ବିଛାଇଥିଲା ପୋଲିସ। ଦୁବାଇରେ ଥିବାବେଳେ ସତ୍ୟଜିତ ସହ ଚାଟିଂ କରି ଡେଟିଂ ପାଇଁ ଜଣେ ମହିଳା ଇନିସପେକ୍ଟର ଭୁବନେଶ୍ବର ଡକାଇଥିଲେ। ଆଉ ଭୁବନେଶ୍ବର ଆସିବା କ୍ଷଣି ବେଳେ କଳ୍ପନା ଛକରେ ମାଡ଼ିବସିଲା ପୋଲିସ। 

Advertisment

Commissionerate Police Fraudsters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ