Commissionerate Police
ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ । କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ । ଏନେଇ କମିଶନରେଟ୍ ପୋଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି ।
ବାଉନସରଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୋଲିସ । PSARA ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ । ବାର୍ ମାଲିକ ସମ୍ପୃକ୍ତ ଗାର୍ଡଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ । ବାରରେ ନିୟୋଜିତ ହେବା ପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡ଼ିବ ।
ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଅତ୍ୟାବଶ୍ୟକ ସ୍ଥିତିରେ ବାଉନସର୍ ୧୧୨ ଏମର୍ଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ, କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ । ବିଭିନ୍ନ ବାର୍ ମାଲିକଙ୍କୁ ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707186585.jpg)