Advertisment

ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର ମାରିଲା ପୋଲିସ୍, ଧରାଇଦେଲେ ମିଳିବ ୧୦ ହଜାର ଟଙ୍କା ପୁରସ୍କାର

ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ।

undefined

Commissionerate Police

Advertisment

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୋଲିସର ପୋଷ୍ଟର ପ୍ଲାନ୍ । ଭୁବନେଶ୍ୱରର ବିଭିନ୍ନ ଛକ, ବଜାରରେ ଅପରାଧିଙ୍କ ପୋଷ୍ଟର ମାରି, ଧରେଇଦେବାକୁ ଲୋକଙ୍କ ସହଯୋଗ ଲୋଡ଼ିଛି କମିଶନରେଟ୍ ପୋଲିସ୍ । ପରିଚୟ ଗୋପନ ରଖି ସୂଚନାଦାତାଙ୍କୁ ୧୦ ହଜାର ଟଙ୍କା ପୁରସ୍କୃତ କରିବାକୁ ବି ଘୋଷଣା କରିଛି। ତେବେ ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଚିହ୍ନି ବି ଧରିବାରେ ବିଫଳ ପୋଲିସକୁ ଏ ନୂଆ ତରିକା କେତେ ସଫଳତା ଦେଉଛି ତାକୁ ନେଇ ଚର୍ଚ୍ଚା।

Advertisment

ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ। ଜନଗହଳିପୂର୍ଣ୍ଣ ଜୟଦେବ ବିହାର ଛକରେ ପୋଲିସ ପକ୍ଷରୁ ଲଗାଯାଇଛି ଆପାର୍ଟମେଣ୍ଟ ଲୁଟେରାଙ୍କ ଏସବୁ ପୋଷ୍ଟରକୁ। ଆଉ ଚିହ୍ନି ରଖନ୍ତୁ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ୍ କରି ରଖିଥିବା ଲୁଟେରାମାନଙ୍କ ଏ ଚେହେରା ସବୁକୁ। ୱାଣ୍ଟେଡ୍ ପୋଷ୍ଟରରେ ଲେଖାଯାଇଛି, ଉପରୋକ୍ତ ଅପରାଧୀମାନେ ଭୁବନେଶ୍ୱର ସ୍ଥିତ ବିଭିନ୍ନ ଆପାର୍ଟମେଣ୍ଟ, ଫ୍ଲାଟ୍ ଓ ଘରୁ ସୁନା ଗହଣା ଲୁଟ୍ କରିଥାନ୍ତି। ଏମାନଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ। ୧୦ ହଜାର ଟଙ୍କା ପୁରସ୍କାର ଜିତନ୍ତୁ। ସୂଚନାଦାତାଙ୍କ ନାଁ, ଠିକଣା ଗୋପନ ରଖାଯିବ। ଏଥିପାଇଁ ଦୁଇଟି ନମ୍ବର ବି ସାର୍ବଜନୀନ କରାଯାଇଛି। ଭୁବନେଶ୍ୱରର ସବୁ ଛକ, ବଜାର, ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ଲଗାଯାଇଛି ଏମିତି ୱାଣ୍ଟେଡ୍ ପୋଷ୍ଟର।

ବେଶ୍ କିଛି ଦିନ ହେବ ରାଜଧାନୀବାସିନ୍ଦାଙ୍କ ନିଦ ହଜାଇଦେବା ସହ କମିଶନରେଟ୍ ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ଆପାର୍ଟମେଣ୍ଟ ଲୁଟେରା। ପୋଲିସକୁ ଚ୍ୟାଲେଞ୍ଜ୍ ପରେ ଚ୍ୟାଲେଞ୍ଜ୍ ଦେଇ ଲୁଟେରା ବିଗତ ୪ ମାସ ଭିତରେ ପାଖାପାଖି ୧୫ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟରେ କଳାକାନା ବୁଲାଇ ଚାଲିଛନ୍ତି। ପୋଲିସ କେବଳ ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଦେଖି ଚାଲିଛି। ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଲଗାଇ ଘାଣ୍ଟି ଚାଲିଛି। କିନ୍ତୁ ଫଳ ପୂରା ଶୂନ୍। ଆଉ ସେଇଥିପାଇଁ, ଏ ଶେଷ ଅସ୍ତ୍ର ପୋଷ୍ଟର ପ୍ଲାନ୍‌କୁ ଓହ୍ଲାଇଛି। ବିଗତ ୪ ମାସ ମଧ୍ୟରେ ହୋଇଥିବା ପ୍ରାୟ ସବୁ ଆପାର୍ଟମେଣ୍ଟ ଲୁଟର ତରିକା ଏକାଭଳି।

Advertisment

ତେଣୁ ଏଥିରେ ଗୋଟିଏ ଗ୍ୟାଙ୍ଗ ହାତ ଥିବା ସନ୍ଦେହ କରି, ସିସିଟିଭି ଫୁଟେଜରୁ ମିଳିଥିବା ଲୁଟେରାଙ୍କ ଫଟୋ ଆଧାରରେ ପୋଲିସ ଏକ ୱାଣ୍ଟେଡ୍ ତାଲିକା ତ ପ୍ରସ୍ତୁତ କରିଛି। ହେଲେ ସେମାନଙ୍କୁ ଠାବ କରିବାରେ ବିଫଳ ହେବାରୁ ଏଭଳି ପନ୍ଥାକୁ ଆପଣେଇବାକୁ ବାଧ୍ୟ ହୋଇଛି। ପୋଲିସର ଏ ପଦକ୍ଷେପକୁ ଲୋକେ ସ୍ୱାଗତ ତ କରିଛନ୍ତି, ହେଲେ ଏ ତରିକା ବି ଲୁଟେରା ଗ୍ୟାଙ୍ଗଙ୍କୁ ଧରାଇବାରେ ପୋଲିସକୁ କେତେ ସହାୟକ ହେଉଛି ଏବେ ତା ଉପରେ ନଜର।

Bhubaneswar Odisha Commissionerate Police Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ