Advertisment

୮ ଜଣଙ୍କୁ ବାନ୍ଧିଲା ପୋଲିସ, ସମସ୍ତ ଡକାୟତ ଝାଡ଼ଖଣ୍ଡର

ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ।

ଅଦ୍ୟତନ ହୋଇଛି
Pahadi gang

Pahadi gang

Advertisment

କମିଶନରେଟ ପୋଲିସ ହାତରେ ପାହାଡ଼ି ଗ୍ୟାଙ୍ଗ। ୮ ଜଣଙ୍କୁ ବାନ୍ଧିଲା ପୋଲିସ। ସବୁ ଡ଼କାୟତ ଝାଡ଼ଖଣ୍ଡ ଅଞ୍ଚଳର। ମୋ ବସ ଓ ରାଜଧାନୀର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ୍। ସେମାନଙ୍କ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ପୋଲିସ। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ପାହାଡି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିଲେ।

Advertisment

ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି । ମୋବାଇଲ ଲୁଟିବା ପରେ ଏମାନେ ଫୋନ୍ ପେ ଓ ଗୁଗଲ ପେକୁ ହ୍ୟାକ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ।

Theif
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ