କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ ।

Coast Guard DIG

ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ବିଚ୍ ରାସ୍ତାରେ ଦୁର୍ବ୍ୟବହାର ଅଭିଯୋଗ । କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସଙ୍କୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟରେ ୨ ଜଣ ନିଶାସକ୍ତ ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତରାତିରେ ସେ ତାଙ୍କ ପରିବାର ସହ କାରରେ ଆସୁଥିବା ବେଳେ, ଏକ ଟ୍ରାଫିକ ପୋଷ୍ଟ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନୟାପଲ୍ଲୀ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି।

କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।