Panikoili Loot Victim: ପାଣିକୋଇଲିରେ ଗୁଳିକାଣ୍ଡ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Panikoili Loot Victim

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେପଟେ ଯାଜପୁର ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ । ସ୍ୱତି ଗାଁ ଶ୍ମଶାନରେ ନୀଳମାଧବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୂରା ଗାଁରେ ଶୋକାକୁଳ ପରିବେଶ । ବିଧାୟକ ଆକାଶ ଦାସ ନାୟକ ନୀଳମାଧବଙ୍କ ପରିବାରକୁ ଭେଟିଛନ୍ତି ।

ସେପଟେ ଘଟଣାର ତନାଘନା ଚଳାଇଛି ଏସଟିଏଫ୍ । ଲୁଟ୍ ହୋଇଥିବା ସୁନା ଦୋକାନରେ ପହଞ୍ଚି କ୍ରାଇମବ୍ରାଞ୍ଚ STFର ଟିମ୍ ଖୋଳତାଡ଼ ଚଳାଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଓ, ୨ IIC, ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତନାଘନା ଚଳାଇଛନ୍ତି । ଗତକାଲି ଗ୍ରାହକ ବେଶରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଆସିଥିଲେ ।

ଅଧିକ ପଢ଼ନ୍ତୁ: ସ୍ପା ସେଣ୍ଟରରେ ଅଚାନକ ଚଢାଉ, ଅସଞ୍ଜତ ଅବସ୍ଥାରେ ଧରାହେଲେ ଯୁବକ ଯୁବତୀ

ଜବତ ବାଇକଟି ବରଗଡ଼ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । କାବୁ ହୋଇଥିବା ଦୁଇ ଲୁଟେରା ଝାଡ଼ଖଣ୍ଡ ଓ ବିହାର ଛାପ୍ରା ଜିଲ୍ଲାର ବୋଲି ସୂଚନା ମିଳିଛି । ଗୁରୁତର ଦୁଇ ଲୁଟେରାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ମାମଲାରେ ଆହୁରି ୩ ଜଣ ଫେରାର ଥିବା କହିଛି ପୋଲିସ । ସେମାନଙ୍କୁ ଧରିବାକୁ ପୋଲିସ ପଡୋଶୀ ଜିଲ୍ଲାକୁ ଆଲର୍ଟ କରିଥିବା ବେଳେ ଏକାଧିକ ଟିମ୍ ଗଠନ କରାଯାଇଛି ।

ଲୁଟ୍ କରିବାକୁ ସେମାନେ ପୂର୍ବରୁ ରେକି କରିଥିଲେ କି.. କେବଳ ଏମାନେ ସଂପୃକ୍ତ ନା ଆଉ କିଏ ସାମିଲ ଅଛି । ଏଥିରେ ରାଜ୍ୟ ବାହାର ଗ୍ୟାଙ୍ଗର ସଂପୃକ୍ତି ରହିଛି କି.. ଏନେଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଯାଜପୁର ପୋଲିସ ।

ଅଧିକ ପଢ଼ନ୍ତୁ: କାରକୁ ୩ ଥର ଧକ୍କା ଦେଲା ହାଇୱା, ୨ ବିଜେପି ନେତା ମୃତ