Advertisment

ପାଣିରେ ଭାସୁଥିଲା ଛାତ୍ରୀଙ୍କ ମୃତଦେହ, ପୋଖରୀ ତୁଠରୁ ମିଳିଲା ବ୍ୟାଗ୍‌

ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

author-image
Rajalaxmi Sahoo
Class 9 Girl Student Murdered For Resisting Lewd Comments

Class 9 Girl Student Murdered For Resisting Lewd Comments

ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଟ୍ୟୁସନ ଯାଇ ଆଉ ଘରକୁ ଫେରି ନଥିଲେ, ଖୋଜାଖୋଜି ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୁକୂଳ ଗାଁରେ ଏହି ଘଟଣା ଘଟିଛି। କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Advertisment

ସୂଚନା ଅନୁସାରେ, ଗତକାଲି ବରୁକୂଳ ଗାଁର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ଟ୍ୟୁସନ ଲାଗି ନନ୍ଦିପୁର ଗାଁକୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ମଙ୍ଗଳପୁର ଥାନା ଅନ୍ତର୍ଗତ ନନ୍ଦିପୁର ଛକ ନିକଟ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା। ପୋଖରୀ ତୁଠରେ ଛାତ୍ରୀଙ୍କ ବ୍ୟାଗ୍ ପଡ଼ିଛି। ଝିଅକୁ କେହି ହତ୍ୟା କରି ଫିଙ୍ଗିଥିବା ପରିବାର ଲୋକେ ସନ୍ଦେହ କରି ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। 

କିଛି ଦିନ ପୂର୍ବେ ଛାତ୍ରୀଙ୍କୁ କିଛି ପିଲା କମେଣ୍ଟ ମାରିଥିଲେ। ଏନେଇ ସେ ଘରେ ବି ଜଣାଇଥିଲେ। ଝିଅର ମୃତ୍ୟୁ ସହ ଏହାର ସମ୍ପର୍କ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment
Murder Student Murder
Advertisment
Advertisment