Advertisment

Cuttack Christ College Student Death: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋଡି ଦେଇଥିବା ବଡ ଅଭିଯୋଗ ଆଣିଲେ ମୃତକଙ୍କ ବାପା ।

ଅଦ୍ୟତନ ହୋଇଛି
cuttack Christ College Student found dead

Christ College Student found dead

Advertisment

କଟକରେ ଜଣେ ୧୭ ବର୍ଷୀୟ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ନାମ ଅଙ୍କନ ଦତ୍ତ । ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବାବେଳେ ସେ ନିଜ ବାପାମାଆ ସହ ପୁରୀଘାଟ ଥାନା ମଠସାହି ଗୋପାଳଜିଉ ଲେନରେ ଭଡା ଘରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ପୋଡି ହୋଇ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଅଶାନ୍ତ କିଟ୍ କ୍ୟାମ୍ପସ୍, ୫ ଗିରଫ

ଛାତ୍ର ଜଣକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପ୍ରଥମେ ଅନୁମାନ କରାଯାଉଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଜଳୁଥିବାର ଦେଖି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ହେଲେ ସେତେବେଳକୁ ଛାତ୍ର ଜଣକ ଆଉ ଜୀବିତ ନଥିଲେ । ତେବେ ଅଙ୍କନ ଆତ୍ମହତ୍ୟା କରିଥିବା ଘଟଣାକୁ ତାଙ୍କ ବାପା ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ । ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ରକରି ତାକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ମୃତ ଛାତ୍ରଙ୍କ ବାପା କହିଛନ୍ତି, ରାତିରେ କେହି ଜଣେ ଜଳୁଥିବାର ଦେଖି ନିଆଁ ଲିଭାଇବାକୁ ମୁଁ ପାଣି ଢାଳିଲି । ପରେ ଜାଣିଲେ ଯେ ଜଳୁଥିବା ପିଲାଟି ମୋ ପୁଅ । ରାତି ପ୍ରାୟ ୧ଟାରେ ଏହି ଘଟଣା ଘଟିଥିଲା । ସେତେବେଳେ ଆମର କିଛି ପଡୋଶୀ ଚେଇଁଥିବା ମୋତେ କହିଛନ୍ତି । କିନ୍ତୁ ଯଦି ମୋ ପୁଅ ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ତାହେଲେ ନିଆଁରେ ଜଳିବା ବେଳେ ସେ ଯନ୍ତ୍ରଣାରେ ଚିଲେଇବା କଥା । ହେଲେ ତା' ଚିତ୍କାର କାହାରିକୁ ଶୁଣାଗଲାନି କେମିତି । 

Advertisment

ତେଣୁ କେହି ତାକୁ ପ୍ରଥମେ ହତ୍ୟା କରିଛି । ପ୍ରମାଣ ଲୁଚାଇବାକୁ ତା' ଦେହରେ ଡିଜେଲ ଢାଳି ପୋଡି ଦେଇଛି । ଯେପରି ଏହା ଆତ୍ମହତ୍ୟା ଲାଗିବ । ଏପରି ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । 

ଛାତ୍ରଙ୍କ ମାଆ ମଧ୍ୟ ପୁଅର ଆତ୍ମହତ୍ୟା କଥାକୁ ସହଜରେ ବିଶ୍ବାସ କରିନାହାନ୍ତି । ତାଙ୍କ କହିବା କଥା, ଅଙ୍କନ ଆଦୌ କୌଣସି ମାନସିକ ଚାପ କିମ୍ବା ଅବସାଦରେ ଥିବାର ଜଣାପଡୁନଥିଲା । ସେ ସ୍ବାଭାବିକ ଆଚରଣ କରୁଥିଲା । ସବୁଦିନ ଭଳି କଥାବାର୍ତ୍ତା ଓ ଖାଇବା ପିଇବା କରୁଥିଲା । ହେଲେ ତା' ସହ କ'ଣ ଘଟିଲା ଆମେ ଜାଣିପାରୁନୁ । ଏନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

Advertisment

ଅଧିକ ପଢ଼ନ୍ତୁ: ‘ତା ଶରୀରରେ ଜୀବନ ଥିଲା ତାକୁ ବଞ୍ଚେଇ ପାରିଥାନ୍ତେ'

Murder Cuttack Christ College Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ