ଗଣେଶ ଭସାଣିରେ ପୋଲିସ-ଜନତା ଖଣ୍ଡ ଯୁଦ୍ଧ

ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ ।

Clash

ଭଦ୍ରକ ଗଣେଶ ଭସାଣି ବେଳେ ପୋଲିସର ର୍ଦୁବ୍ୟବହାର ଅଭିଯୋଗ । ଯାହାକୁ ନେଇ ପୋଲିସ ଓ ସାଧାରଣ ଜନତା ଧସ୍ତାଧସ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ବୁଧବାର ହାଟ ଠାରେ ଡିଜେ ବଜାଇ ଗଣେଶ ଭସାଣି ହେଉଥିଲା । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ଆକ୍ଷେପ କରି କିଛି କହିଥିଲେ । ଏହାକୁ ନେଇ ଉତ୍ତେଜିତ IRB କନେଷ୍ଟବଳ ସମ୍ପୃକ୍ତ ଯୁବକଙ୍କୁ ଘୋଷାରି ଆଣିଥିଲେ । ପରେ ସେଠାରେ ଥିବା ଯୁବକ ମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏପରିକି ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ । ଫଳରେ ସେଠାରେ ତୀବ୍ର ଉତେଜନା ଦେଖାଇଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପୁରୁଣା ବଜାର ଥାନାରେ ପହଞ୍ଚିଥିଲା । ଉତ୍ତେଜିତ ଲୋକମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲା ।