Advertisment

ନିଆଁ ଲାଗିବା ପୂର୍ବରୁ ଚେତାଶୂନ୍ୟ ଥିଲେ କି ସୌମ୍ୟରଞ୍ଜନ?

ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍‌ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି।

ଅଦ୍ୟତନ ହୋଇଛି
ନିଆଁ ଲାଗିବା ପୂର୍ବରୁ ଚେତାଶୂନ୍ୟ ଥିଲେ କି ସୌମ୍ୟରଞ୍ଜନ?

acf death mystery

Advertisment

ଭୁବନେଶ୍ୱର: ୧୨ ତାରିଖ ରାତିରେ ପୋଡ଼ିଯାଇ ୧୩ ତାରିଖରେ ମୃତ୍ୟୁର ଦୀର୍ଘ ୧୦ ଦିନ ପରେ ପ୍ରଥମଥର ପାଇଁ ପାରଳାଖେମୁଣ୍ଡିରେ ଥିବା ଏସିଏଫଙ୍କ ସରକାରୀ କ୍ୱାର୍ଟରରେ ତଦନ୍ତକାରୀ ସଂସ୍ଥାର ସୁରାକ୍ ଖୋଜା। ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ର ତନ୍ନତନ୍ନ ଯାଞ୍ଚ, ଆଉ ଅପରାହ୍ନରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍ ସହ ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସରଜମିନ୍ ତଦନ୍ତ। ଆଉ ପ୍ରାଥମିକ ଯାଞ୍ଚ ସମୟରେ ପ୍ରଥମେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଯାହା କହିଥିଲେ, ଦକ୍ଷିଣାଞ୍ଚଳ ଡିଆଇଜି ବି ସେୟା କହିଲେ। ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ ହିଁ କ୍ରାଇମ୍ ସ୍ପଷ୍ଟ ଅର୍ଥାତ୍ ପାରିପାର୍ଶ୍ୱିକ ପ୍ରମାଣରୁ ଏଇଠି ହିଁ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିଲା।

Advertisment

କୁହାଯାଉଛି ପାଖାପାଖି ୮ଫୁଟ୍‌ରେ ୧୦ଫୁଟ୍‌ର ଏଇ ରୁମ୍‌ରୁ ହିଁ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍‌ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି। ଏହାବାଦ୍ ଘଟଣା ଦିନ ସୌମ୍ୟରଞ୍ଜନଙ୍କ ଘରେ ପତ୍ନୀ ବିଦ୍ୟାଭାରତୀ ଥିଲେ, ରୋଷେୟା ବି ଥିଲେ।

ତେଣୁ ଏଭଳି ସ୍ଥିତିରେ ଜଣେ ସୁସ୍ଥ, ଚେତନାଯୁକ୍ତ ବ୍ୟକ୍ତି ୮୦ ପ୍ରତିଶତ ଯାଏଁ ପୋଡ଼ିଯିବା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ଓକିଲ। ଯଦି ଏଇଠି ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଛି, ତାହେଲେ ନିଆଁ ଲାଗିବା ସମୟରେ ସୌମ୍ୟରଞ୍ଜନଙ୍କ ଶରୀରରେ ଚେତା ଥିଲା ତ? ନିଆଁ ଲାଗିବା ପୂର୍ବରୁ ସେ ଚେତାଶୂନ୍ୟ ନଥିଲେ ତ? ଏଦିଗକୁ ନେଇ ବି ତଦନ୍ତ ହେବା ଜରୁରୀ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ। ଏସବୁ ଭିତରେ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ବି ସୌମ୍ୟରଞ୍ଜନଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ଦୋହରାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

Advertisment

ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି ସେତିକି ସେତିକି ରହସ୍ୟର ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା। ଏସବୁ ଭିତରେ ମାମଲାରେ ଅଭିଯୁକ୍ତ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ସନ୍ଦେହଜନକ ଭୂମିକା ପାଇଁ ଚର୍ଚ୍ଚାରେ ଥିବା ଗୁରାଣ୍ଡି ଥାନା ଓଆଇସିଙ୍କୁ କେବେ ପୋଲିସ୍ ପଚରାଉଚରା କରୁଛି, ତଦନ୍ତରୁ ଆଗକୁ କେଉଁ ରହସ୍ୟ ଉଜାଗର ହେଉଛି? ଏସବୁ ଉପରେ ନଜର ଥିଲା ବେଳେ, ଡିଆଇଜି ସ୍ପଷ୍ଟ କରିଛନ୍ତି ଅଭିଯୋଗରେ ଯେଉଁମାନଙ୍କ ନାଁ ଆସୁଛି ସମସ୍ତଙ୍କୁ ଜେରା କରାଯିବ।

Advertisment
Odisha News Odisha Government Crime Branch Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ