Advertisment

ପ୍ରେମିକା କଲା ପାଗଳ... ଦୁଇ ପିଲାଙ୍କୁ ୧୫ମହଲାରୁ ଫିଙ୍ଗିଦେଲା ବାପା

ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ। ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା।

ଅଦ୍ୟତନ ହୋଇଛି
Chinese Lovers Executed

Chinese Lovers Executed

Advertisment

ନୃଶଂସ ବାପା। ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରିବାକୁ ବି ପଛାଇଲା ନାହିଁ। ଦୁଇ ଶିଶୁଙ୍କୁ ହତ୍ୟା ଅଭିଯୋଗରେ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ତରେ ଦଣ୍ତିତ ହେବାକୁ ପଡିଛି । ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇବର୍ଷ ପରେ ଉଭୟ ଦୋଷୀ ସାବ୍ୟସ୍ତ ହେବାପରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି।

Advertisment

ଚୀନ୍‌ର ଝାଙ୍ଗ ଓ ୟେ ଚେଙ୍ଗଚେନ ସୋସିଆଲ ମିଡିଆରେ ପରସ୍ପରକୁ ଭେଟିଥିଲେ। ଝାଙ୍ଗ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ପିଲା ଥିଲେ। ଚେଙ୍ଗଚେନ ଏହା ଜାଣି ମଧ୍ୟ ଝାଙ୍ଗଙ୍କ ସହ ସଂପର୍କ ବଢାଇଥିଲେ। ପରେ ଝାଙ୍ଗ ୨୦୨୦ ମସିହାରେ ସ୍ତ୍ରୀ ମେଲିନଙ୍କୁ ଛାଡପତ୍ର ଦେଇଥିଲେ। ଉଭୟ ପିଲା ତାଙ୍କ ସହ ରହିବେ ବୋଲି କୋର୍ଟରେ ଆବେଦନ କରିଥିଲେ ଝାଙ୍ଗ । ପରେ ପିଲା ଦୁଇଜଣ ଝାଙ୍ଗଙ୍କ ସହ ରହୁଥିଲେ।

ଜଣଙ୍କର ବୟସ ୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧ବର୍ଷ। ତେବେ ଝାଙ୍ଗ ଓ ୟେ ଚେଙ୍ଗଚେନ ପିଲା ଦୁଇଜଣଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଯୋଜନା କରିଥିଲେ। ଯୋଜନା ମୁତାବକ ସେମାନେ ଦୁଇ ପିଲାଙ୍କୁ ଆପାର୍ଟମେଣ୍ଟର ୧୫ମହଲାରୁ ଫିଙ୍ଗିଦେଇଥିଲେ। ଫଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଏନେଇ ଝାଙ୍ଗଙ୍କର ପତ୍ନୀ ଉଭୟଙ୍କ ନାଁରେ ଅଭିଯୋଗ ଆଣିଥିଲେ। ମାତ୍ର ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ। ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା। ତଳକୁ ଯାଇ ଦେଖିବା ବେଳକୁ ଦୁଇ ପିଲା ପଡିଯାଇ ଥିଲେ। ତାଙ୍କ ପ୍ରେମିକା ପିଲାମାନଙ୍କୁ ହତ୍ୟା କରିବାକୁ ବାଧ୍ୟ କରିଥିଲେ। ଚୀନର ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଝାଙ୍ଗ ତାଙ୍କ କାର୍ଯ୍ୟକଳାପ ପାଇଁ ଅନୁତାପ କରୁଥିବା ଦେଖାଯାଇଛି। ସେ କାନ୍ଥରେ ମୁଣ୍ଡ ବାଡେଇ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଘଟଣା ସମଗ୍ର ଚୀନରେ ଆଲୋଡନ ସୃଷ୍ଟି କରିଥିଲା। ପରେ ଏହି ମାମଲାର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତ ଝାଙ୍ଗ ବୋ ଏବଂ ତାଙ୍କ ପ୍ରେମିକା ୟେ ଚେଙ୍ଗଚେନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଚୀନ୍ ଡେଲି ଅନୁଯାୟୀ ଚୀନ୍‌ର ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଅନୁମୋଦନ କରିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ବୁଧବାର ଉଭୟଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦିଆଯାଇଥିଲା।

Advertisment
Capital Punishment Chinese Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ