Advertisment

ବନ୍ଧା ହେବେ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି।

ଅଦ୍ୟତନ ହୋଇଛି
MLA in Police Custody

MLA in Police Custody

Advertisment

ପୋଲିସ କବଜାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆହତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ। ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୋଲିସ ବାରଣ ମାନି ନ ଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି।  ପୋଲିସ ବାରଣ କରିବା ସତ୍ତ୍ୱେ ବିଧାୟକ ନ ମାନି ଗାଡ଼ି ମଡ଼ାଇଥିଲେ। ପୋଲିସ ଓ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିଲେ। ପୋଲିସକୁ ଡ୍ୟୁଟିରେ ବାଧା ଦେବା, ପବ୍ଲିକଙ୍କୁ ଆଘାତ ଦଫା ଲାଗିଛି। କାରକୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ ଦଫା ଲାଗିଛି।

Advertisment

କଣ କହିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ?

ଆଜି ଯେତେବେଳେ ଚେୟାରମ୍ୟାନ ପୋଷ୍ଟ ନେଇ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା, ସେହି ସମୟରେ ପ୍ରାର୍ଥୀଙ୍କ ସମର୍ଥକ ଓ ସାଧାରଣ ଲୋକମାନେ ଉପସ୍ଥିତ ଥିଲେ। ତେବେ ଏହି ସମୟରେ ଗହଳି ଥିବା ସତ୍ତ୍ବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆସିଥିଲେ। ଭିତରକୁ ନଯିବା ପାଇଁ ପୋଲିସ ମନା କରିଥିଲେ। ଜନସମାଗମକୁ କାର୍‌ ନେଇ ଯିବା ପାଇଁ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀ ମନା କରିଥିଲେ। କିନ୍ତୁ ବାଟନଛାଡିଲେ ଗାଡ଼ି ମଡ଼ାଇ ଦେବେ ବୋଲି ସେ ଲୋକଙ୍କୁ ଧମକ ଦେଇଥିଲେ। କିନ୍ତୁ ସେହିସମୟରେ ବିଧାୟକ ପୋଲିସ ଓ ଲୋକଙ୍କ ଉପରକୁ ଗାଡ଼ି ଚଢାଇ ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ଏଥିରେ ସାଧାରଣ ଜନତା, ପୋଲିସ ଆହତ ହୋଇଛନ୍ତି। ଦୁଇ ଜଣ ସାମ୍ବାଦିକ ବନ୍ଧୁ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଅଭିଯୋଗରେ ବାଣପୁରରେ ମାମଲା ରୁଜୁ ହୋଇଛି।  ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି। ପୋଲିସକୁ ଡ୍ୟୁଟିରେ ବାଧା ଦେବା, ପବ୍ଲିକଙ୍କୁ ଆଘାତ ଦଫା ଲାଗିଛି। କାରକୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ ଦଫା ଲାଗିଛି।

ଜଣେ DSP ରାଙ୍କର ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି। ଘଟଣା ବେଳେ ଅନେକ ଲୋକ ଏହି ବର୍ବର ଦୃଶ୍ୟ ରେକର୍ଡିଂ କରିଛନ୍ତି। ଏହି ସବୁ ରେକର୍ଡିଂକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଆଇଜି କହିଛନ୍ତି। ବିଧାୟକ ଆହତ ଥିବାରୁ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରାଯିବ। ଗିରଫ କରି ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯିବ ଆଇଜି କହିଛନ୍ତି।

Advertisment

ବାଣପୁର ଟାଉନ୍ ଅଞ୍ଚଳରେ ୧୪୪ ଜାରି ନେଇ ଆଇଜି ସୂଚନା ଦେଇଛନ୍ତି। ଏବେ ବାଣପୁର ବ୍ଲକ ନିକଟରେ ପରିସ୍ଥିତି ଶାନ୍ତ ରହିଛି। ତେବେ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ୧୪୪ ଜାରି କରାଯାଇଛି। ସଂଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ଆଇଜି ପରାମର୍ଶ ଦେଇଛନ୍ତି। 

MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ