Advertisment

ପୋଲିସ ହାତରେ ଝିଅ ବିକ୍ରି ରାକେଟ୍ ! ୨ ନାବାଳିକା ଉଦ୍ଧାର, ୬ ଗିରଫ

୪ ଅଭିଯୁକ୍ତ କୁତ୍ରା ଅଞ୍ଚଳର ସୂଚନା, ଅଧିକ ଖୋଳତାଡ଼ ଜାରି । କେତେ ଝିଅଙ୍କୁ ଚାଲାଣ କରାଯାଇଛି ଜାଣିବାକୁ ପୋଲିସର ତନାଘନା ।

ଅଦ୍ୟତନ ହୋଇଛି
Crime

Crime

Advertisment

ପୋଲିସ ହାତରେ ଝିଅ ବିକ୍ରି ରାକେଟ। ୬ ଜଣଙ୍କୁ ବାନ୍ଧିଲା ସୁନ୍ଦରଗଡ କୁତ୍ରା ପୋଲିସ। କୁତ୍ରା ଅଞ୍ଚଳରୁ ଗରିବ ଝିଅଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ରାଜସ୍ଥାନରେ ବିକ୍ରି କରାଯାଉଥିଲା | ଗତବର୍ଷ ଅକ୍ଟୋବରରେ କୁତ୍ରା ଅଞ୍ଚଳର ଜଣେ ଝିଅ ନିଖୋଜ ଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୋଲିସ ତନାଘନା ଜାରି ରଖିଥିବା ବେଳେ କିଛି ଦିନ ତଳେ ପରିବାରକୁ ଅଜଣା ନମ୍ବରରୁ ଆସିଥିଲା ଫୋନ କଲ୍। ଫୋନରେ ଝିଅଟି ତାକୁ ବଂଚାଇବାକୁ ଅନୁରୋଧ କରିଥିଲା।

Advertisment

ଏସଡିପିଓ ଅଭିଷେକ ପ୍ରାଣିଗ୍ରାହୀ କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ନେଇ ଏକ ଟିମ ଗଠନ କରିଥିଲେ ଏବଂ ରାଜସ୍ଥାନ ଯାଇଥିଲେ। ସେଠାରୁ ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ରାକେଟରେ ସମ୍ପୃକ୍ତ ଦୁଇଜଣଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା । ପରେ ରାଉରକେଲାରୁ ଆଉ ଚାରିଜଣଙ୍କୁ ଗିରଫ କରିଛି ପୋଲିସ | ଏହି ରାକେଟ ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡରେ ଗରିବ ଝିଅଙ୍କୁ ଅଧିକ ଦରମାର ପ୍ରଲୋଭନ ଦେଖାଇ ରାଜସ୍ଥାନରେ ବିକ୍ରି କରୁଥିଲେ | ଏହି ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

Advertisment

Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ