Advertisment

Child Abduction in Bhubaneswar: ରାଜଧାନୀରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର ; ମା’ ବଖାଣିଲେ ଛାତିଥରା କାହାଣୀ

ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୋଲିସ। ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ।

author-image
Tapaswini Nayak
ଅଦ୍ୟତନ ହୋଇଛି
kidnap child

kidnap child

୩ଦିନ ପରେ ମା’ କୋଳକୁ ଫେରିବ ଅପହୃତ ପୁଅ। ଖୁସିରେ ଆତ୍ମହରା ମା’। ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର କରିଛି ପୋଲିସ । ରାଜଧାନୀର ଖାରବେଳ ନଗର ଥାନା ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦେଢ ବର୍ଷର ଚୋରି ଶିଶୁପୁତ୍ରକୁ ଖନ୍ତାପଡା ଥାନା ବୋଇତା ଗାଁରୁ ଉଦ୍ଧାର କରିଛି ପୋଲିସ । ଏଥିସସହ ଶିଶୁ ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଛି ଏହି ସଫଳତା।

Advertisment

ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ

ଶିଶୁଟିକୁ ଉଦ୍ଧାର ପୂର୍ବରୁ ପୋଲିସ ହାତରେ ଲାଗିଥିଲା ସିସିଟିଭି ଫୁଟେଜ । ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା, ପିଲାଟିକୁ ଅପହରଣକାରୀ ଧରି ଯାଉଥିବାର ଦୃଶ୍ୟ ।

ଅଭିଯୋଗ ଅନୁଯାୟୀ, ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୋଲିସ। ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ। ଶେଷରେ ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।ତେବେ କେଉଁ ଉଦ୍ଦେଶ୍ୟରେ ପିଲାଟିକୁ ଚୋରି କରିଥିଲା ଅଭିଯୁକ୍ତ ତାହା ସ୍ପଷ୍ଟ ହୋଇନି।

Advertisment

ଉଲ୍ଲେଖଯୋଗ୍ୟ, ୬ ବର୍ଷର ଝିଅ ଓ ପାଖରେ ଥିବା ଦୁଇ ବର୍ଷର ପୁଅକୁ ଧରି ରାମ ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ ମାଆ ଜୟନ୍ତୀ ମଲ୍ଲିକ । ଭୋର ସମୟରେ ମାଆ ପାଖରେ ଥିବା ଦୁଇ ବର୍ଷର ଶିଶୁ ପୁତ୍ରକୁ ଲୋଭ ଦେଖାଇ ଅପହରଣ କରିନେଇଥିଲା ଅଭିଯୁକ୍ତ।

ଅପହୃତ ଶିଶୁର ମା’ କହିଛନ୍ତି,  ମୋ ପୁଅ ମିଳିବା ଖବର ପାଇଲା ପରେ ମୋତେ ଖୁସି ଲାଗୁଛି। ମୋ ଛୁଆକୁ କିଏ ନେଇଥିଲା ମୁଁ ଜାଣିନି। ମୋ ଛୁଆକୁ ନେଲା ବେଳେ ତା’ ମନରେ ପାପ ଆସିଲା ନାହିଁ, ଆଶଙ୍କା  ଆସିଲା ନାହିଁ। ମୋ ପୁଅ ଫେରି ଆସିବ ବୋଲି ମୁଁ ଆଶା କରିନଥିଲି। ରାମ ମୋ ଛୁଆ ଫେରାଇ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

Bhubaneswar Balasore
Advertisment
Advertisment