Advertisment

ଥରେ ପୋଷ୍ଟ ପରେ ବିଦେଶରେ ପହଞ୍ଚି ଯାଉଥିଲା ଆପତ୍ତିଜନକ ଭିଡ଼ିଓ, ୨ ମାସରେ ୨୧ ଡଲାର ରୋଜଗାର

କୋମଳମତି ଶିଶୁଙ୍କ ଆପତ୍ତିଜନକ ଭିଡ଼ିଓକୁ ନେଇ ବେପାର କରୁଥିବା ଢେଙ୍କାନାଳର ଅଭିଯୁକ୍ତ ଠାରୁ ସିବିଆଇ ସାଂଘାତିକ ତଥ୍ୟ ହାତେଇଛି। ଥରେ ପୋଷ୍ଟ ପରେ ଏହି ଆପତ୍ତିଜନକ ଭିଡ଼ିଓ ବିଦେଶ ଯାଏ ପହଞ୍ଚି ଯାଉଥିଲା ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
Child Pornography Case

Child Pornography Case

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ଖୋଳତାଡ଼ ଜାରି ରହିଛି। କୋମଳମତି ଶିଶୁଙ୍କ ଆପତ୍ତିଜନକ ଭିଡ଼ିଓକୁ ନେଇ ବେପାର କରୁଥିବା ଢେଙ୍କାନାଳର ଅଭିଯୁକ୍ତ ଠାରୁ ସିବିଆଇ ସାଂଘାତିକ ତଥ୍ୟ ହାତେଇଛି। ଅଭିଯୁକ୍ତ ଜଣକ ହେଲେ ଢେଙ୍କାନାଳ କଲୋନୀସାହିର ସୁରେନ୍ଦ୍ର ନାୟକ।

Advertisment

ସୁରେନ୍ଦ୍ର ସୋସିଆଲ୍‌ ମିଡ଼ିଆ ଗ୍ରୁପ୍‌ରେ ଅଶ୍ଳୀଳ ସାଇଟ୍‌ରୁ ଭିଡ଼ିଓ ଡାଉନଲୋଡ୍ କରି ଅପଲୋଡ୍ କରୁଥିଲା। ଥରେ ପୋଷ୍ଟ ପରେ ଏହି ଆପତ୍ତିଜନକ ଭିଡ଼ିଓ ବିଦେଶ ଯାଏ ପହଞ୍ଚି ଯାଉଥିଲା ବୋଲି ଜଣାପଡ଼ିଛି। ଏ ବାବଦକୁ ସେ ୨ ମାସରେ ୨୧ ଡଲାର ଉପାର୍ଜନ କରିଛି।

କେଉଁ ମାନଙ୍କ ଲିଙ୍କ୍‌ରେ ଆସି ସୁରେନ୍ଦ୍ର ଏଭଳି କାରବାର କରୁଥିଲା ? ଏହି ନେଟ୍‌ୱାର୍କରେ ଆଉ କାହାର ସମ୍ପୃକ୍ତି ରହିଛି ? ସେନେଇ ଖୋଳତାଡ଼ ଜାରି ରହିଛି।ସୁରେନ୍ଦ୍ରଙ୍କ ଘରେ ରେଡ୍ ବେଳେ ତମ୍ବିତୋଫାନ ହୋଇଥିଲା । ସାହି ଲୋକେ ସିବିଆଇ ଅଧିକାରୀଙ୍କୁ ଘେରି ମାରଧର୍ କରିଥିଲେ । ମହିଳାମାନେ ସିବିଆଇ ଅଧିକାରୀଙ୍କୁ ଠେଙ୍ଗା ବାଡ଼ି ଧରି ନିର୍ଧୁମ୍‌ ଛେଚିଥିଲେ ।

Advertisment

ସୂଚନାଥାଉ କି, ସୁରେନ୍ଦ୍ରକୁ ଗିରଫ ପରେ ସିବିଆଇ ୩ ଦିନିଆ ରିମାଣ୍ଡରେ ନେଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସିବିଆଇ ଓଡ଼ିଶାରୁ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ସମେତ ଦେଶବ୍ୟାପି ୭ ଜଣଙ୍କୁ ଗିରଫ କରି ସାରିଲାଣି। 

Child Pornography Case
Advertisment
Advertisment