Advertisment

Gangrape: ସ୍ତ୍ରୀକୁ ମୋମୋ ଖୁଆଇଲା, ସାଙ୍ଗ ସହିତ ମିଶି ଗଣଦୁଷ୍କର୍ମ କଲା !

ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ।

gangrape

gangrape

Advertisment

ମୋମୋରେ ନିଶା ଦେଇ ମହିଳାଙ୍କୁ ଗଣ ଦୁଷ୍କର୍ମ । ଆଉ ଏଥିରେ ସାମିଲ ଅଛି ସୈତାନ ସ୍ବାମୀ । ମଧ୍ୟପ୍ରଦେଶର ଛତାରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ତାଙ୍କୁ ମୋମୋରେ ନିଶା ଦେଇ ନିଜ ସାଙ୍ଗ ମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ତାଙ୍କୁ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିବା ପୁଲିସ କହିଛି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisment

ପୋଲିସ ସୂଚନା ଅନୁସାରେ ଘଟଣାଟି ସେପ୍ଟେମ୍ବର ୯ ତାରିଖରେ ଘଟିଥିଲା । ରାସ୍ତା ଦେଇ ଯାଉଥିବା ଲୋକମାନେ ମହିଳାଙ୍କୁ ହାତଗୋଡ ବନ୍ଧା ଅବସ୍ଥାରେ ରେଳ ଓଭରବ୍ରିଜ୍ ନିକଟରେ ପଡ଼ିଥିବା ଦେଖି ସିଭିଲ୍ ଲାଇନ୍ସ ପୋଲିସକୁ ଖବର ଦେଇଥିଲେ। ତାଙ୍କୁ ସାଗର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଚେତା ଫେରି ପାଇଥିଲେ ।

ଅଧିକ ପଢ଼ନ୍ତୁ: ଯୁବକଙ୍କୁ ଭୋଗରେ ନିଶା ଦେଲେ, ଦୁଷ୍କର୍ମ କରି ଭିଡିଓ କଲେ ! ବିରୋଧ କରିବାରୁ ମାଡ଼ ମାରିଲେ

Advertisment

ପୀଡ଼ିତା ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବଜାରକୁ ନେଇଯାଇଥିଲେ । ମୋମୋ ଖାଇବାକୁ ଦେଇଥିଲେ ଏବଂ ଖାଇବା ପରେ ସେ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସେ ବେହୋସ ଥିବା ସମୟରେ ତିନିଜଣ ତାଙ୍କୁ ଦୁଷ୍କର୍ମ କରିଥିଲ। ପରେ ତାଙ୍କୁ ବନ୍ଦୀ କରି ରଖିଥିଲେ ଏବଂ ରାସ୍ତା କଡ଼ରେ ଫିଙ୍ଗି ଦେଇ ଯାଇଥିଲେ ।

ମହିଳା ଜଣକ କହିଛନ୍ତି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ସେ ତାଙ୍କ ଜୀବନ ଶେଷ କରିଦେବେ ଏବଂ ପୋଲିସ ଏଥିପାଇଁ ଦାୟୀ ରହିବ । ସିଭିଲ୍ ଲାଇନ୍ସ ପୋଲିସ କହିଛି ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଅପହରଣ କରି ରଖିବା ଭଳି ମାମଲା ରୁଜୁ କରାଯାଇଛି। ମହିଳାଙ୍କ ବିବାହ ୨୦୧୪ରେ ହୋଇଥିଲା । ବିବାହ ପରେ ମହିଳାଙ୍କ ଜଣଙ୍କ ଅନେକ ଥର ଦୁଷ୍କର୍ମ ଓ ମାରପିଟ ଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଦମୋହ, ବଡାମଲହରା, ଗୁଲଗଞ୍ଜ ଓ ବିଜାବର ଥାନାରେ ମାମଲା ରୁଜୁ ହୋଇଛି ।

Advertisment

ପୂର୍ବ ଏକ ମାମଲାରେ, ସେ ତାଙ୍କ ଗାଁର ସରପଞ୍ଚ ଏବଂ ସଚିବଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ଯାହା ପରେ ଆପୋଷ ସମାଧାନ ହୋଇଥିଲା।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ବାଥରୁମରେ ଦୁଷ୍କର୍ମ କଲେ ଟିଭିର ବଡ଼ ଅଭିନେତା ! ପୁନେରୁ ଗିରଫ କଲା ପୁଲିସ

Madhya Pradesh Gangrape Momo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ