• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମିକାକୁ ମାରି ହ୍ୱାଟ୍ସଆପ୍‌ରେ ଷ୍ଟୋରୀ ରଖିଲା ପ୍ରେମିକ । ଯାହାକୁ ଭଲ ପାଇଲା ଶେଷରେ ତାର ଜୀବନ ନେବାକୁ ପଛାଇଲାନି । ପ୍ରଥମେ ଜୀବନରୁ ମାରିଲା, ତା’ପରେ ତା’ସହ ଫଟୋ ଉଠାଇ ହ୍ୱାଟ୍ସଆପ୍‌ରେ ଷ୍ଟୋରୀ ରଖିଲା । ଏମିତି କିଛି ଅଭାବନୀୟ ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଛି ।

୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍‌ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍‌ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ । ଯୁବତୀଙ୍କ ବନ୍ଧୁ ଅଭିଯୁକ୍ତର ହ୍ୱାଟ୍ସଆପ୍‌ ଷ୍ଟୋରୀରେ ବନ୍ଧୁଙ୍କ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ ହୋଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନାନୁଯାୟୀ ଯୁବତୀ ଜଣକ ତିନିଦିନ ହେବ କଲେଜ ଯାଉନଥିଲେ । ତାଙ୍କର ଜଣେ ବନ୍ଧୁ ଏନେଇ ପଚରାଉଚରା କରିବା ପରେ ଜାଣିବାକୁ ପାଇଥିଲେ ଯେ ଯୁବତୀଙ୍କ ପ୍ରେମିକ ଆସିକ୍‌ ତାଙ୍କୁ ଦେଖା କରିବା ପାଇଁ ଚେନ୍ନାଇ ଆସିଛନ୍ତି । ସେମାନେ ଦୁହେଁ ହୋଟେଲର ଏକ ରୁମ୍‌ ବୁକ୍‌ କରି ଏକାସାଙ୍ଗେ ରହୁଛନ୍ତି । ହଠାତ୍‌ ବନ୍ଧୁ ଜଣକ ପ୍ରେମିକର ହ୍ୱାଟ୍ସଆପ୍‌ ଷ୍ଟୋରୀରେ ଯୁବତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପୋଲିସ ହୋଟେଲର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଅଭିଯୁକ୍ତ ଆସିକ୍‌କୁ ଗିରଫ କରିଥିଲା । ଅଭିଯୁକ୍ତକୁ ପଚତରାଉଚରା କରିବା ପରେ ସେ ସବୁ ସତ ମାନି ନେଇଥିଲା । ଅଭିଯୁକ୍ତ କହିଥିଲା ଯେ ତାଙ୍କ ପ୍ରେମିକା ତାଙ୍କୁ ଅନ୍ୟ ଏକ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କ ଭିତରେ ପାଟିଟୁଣ୍ତ ହୋଇଥିଲା । ଶେଷରେ ସେ ନିଜ ଟି-ସାର୍ଟରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସ ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଯୁବତୀ ଜଣକ ଗର୍ଭବତୀ ଥିଲେ । କିଛିଦିନ ପୂର୍ବେ ସେ ନିଜ ଗର୍ଭପାତ କରାଇଥିଲେ ।