/odishatv-khabar/media/post_attachments/uploadimage/library/16_9/16_9_0/Spy_Camera_1706779244.jpg)
Spy Camera
ଧରାପଡ଼ିଲା ଦାନ୍ତ ଡାକ୍ତରୀ ଛାତ୍ରଙ୍କ ଜଘନ୍ୟ କାଣ୍ତ। ବେଡରୁମ୍ରେ ସ୍ପାଏ କ୍ୟାମେରା ଲଗାଇ ରେକର୍ଡ କରୁଥିଲେ ମହିଳାଙ୍କ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପଚରାଉଚରା ମଧ୍ୟ କରିଛି।
ସୂଚନାନୁଯାୟୀ ଜାନୁଆରୀ ୩୦ରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଯେତେବେଳେ ମହିଳା ଜଣକ ରୁମ୍ରେ ଏକ ପେନ୍ ପାଇଥିଲେ। ଯେଉଁଥିରେ ନାଲି ଆଲୁଅ ଜଳୁଥିବାର ଦେଖିବାକୁ ପାଇଥିଲେ। ତାଙ୍କୁ ସେହି ପେନ୍ ଉପରେ ସନ୍ଦେହ ହେବା ପରେ ସେ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଥିଲେ। ସ୍ୱାମୀ ସେହି ସନ୍ଦେହଜନକ ପେନ୍କୁ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ ପେନ୍ରେ କେରର୍ଡିଂ ଡିଭାଇସ୍ ଲାଗିଛି। ଯାହାକି ରୁମ୍ରେ ଘଟୁଥିବା ପ୍ରତିଟି ଘଟଣାକୁ ରେକର୍ଡ କରୁଛି।
ଦମ୍ପତି ଜଣକ ଏନେଇ ପୋଲିସରେ ଅଭିଯୋଗ କଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ ଯେ ଘର ମାଲିକଙ୍କ ପୁଅ ସେହି ରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିଲେ। ଅଭିଯୁକ୍ତ ଜଣକ ଡାକ୍ତରୀ ଛାତ୍ର, ତାଙ୍କ ନାମ ଇବ୍ରାହିମ୍। ଦମ୍ପତି ଜଣକ ସେହି ବିଲ୍ଡିଂରେ ରହିବା ପୂର୍ବରୁ ଅଭିଯୁକ୍ତ ଜଣକ ପେନ୍ରେ ସ୍ପାଏ କ୍ୟାମେରା ଫିଟ୍ କରିଥିଲେ। ଯାହାକି ମହିଳାଙ୍କ ଅଶ୍ଲୀଳ ଭିଡିଓ କେରର୍ଡ କରୁଥିଲା।
ପୋଲିସ ଇବ୍ରାହିମ୍ଙ୍କୁ ଗିରଫ କରିବା ସହ ତାଙ୍କୁ ପଚାରାଉଚାରା ଜାରି ରଖିଛି। ସୂଚନା ମୁତାବକ ଦମ୍ପତି ଜଣକ କିଛିଦିନ ହେବ ସେହି ବିଲ୍ଡିଂରେ ଭଡ଼ା ରହୁଥିଲେ। ମହିଳା ଜଣକ ଦିନେ ରୁମ୍ ସଫା କରିବା ବେଳେ ଅଚାନକ ତାଙ୍କ ଆଖିରେ ସନ୍ଦେହଜନକ ପେନ୍ ପଡିଥିଲା। ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)