ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।

Fraud

ପୋଲିସ ଚାକିରି ନାଁରେ ପ୍ରାୟ ଦେଢ କୋଟି ଟଙ୍କା ଠକେଇ । ଚାକିରି ଆଶାୟୀଙ୍କ ଠାରୁ ୧ କୋଟି ୪୭ ଲକ୍ଷ ଠକି ନେଇଛନ୍ତି ୩ ଦଲାଲ । ଏଭଳି ଏକ ଘଟଣା ଭୁବନେଶ୍ୱରରେ ଘଟିଛି । ପୋଲିସ ବିଭାଗରେ ଚାକିରି କରାଇ ଦେବା ନାଁରେ ୩୮ ଆଶାୟୀଙ୍କ ଠାରୁ ଏହି ଟଙ୍କା ଠକି ନେଇଛନ୍ତି । ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୁକ୍ତ ଜୟନ୍ତ ମହାନ୍ତିକୁ ଏବେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁ । ଫେରାର ଜୟନ୍ତ ମହାନ୍ତିଙ୍କୁ ବାଲେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ୨୦୧୩ରେ ୩୮ ଆଶାୟୀ, କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ଦେଇଥିଲେ । ୨୦୧୬ରେ ଚୂଡ଼ାନ୍ତ ତାଲିକାରେ ୩୮ ଆଶାୟୀଙ୍କ ନାଁ ନଥିଲା । ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।