Advertisment

ଅଶାନ୍ତ ଖଲ୍ଲିକୋଟ ! ପୂର୍ବ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ଼

୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା ।

Bomb Attack

Bomb Attack

Advertisment

ପୁଣି ଅଶାନ୍ତ ଗଂଜାମ ଖଲ୍ଲିକୋଟ। ଖଲ୍ଲିକୋଟ କେଶପୁର ଛକରେ ଥିବା ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ ହୋଇଛି। ୩ଟି ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ମାରିଛନ୍ତି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ। ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର। ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଦିଲ୍ଲୀପଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୋକାନ ଚଳାଉଥିଲେ। ତେବେ ସାକ୍ଷୀଙ୍କୁ ଭୟଭୀତ କରିବାକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ