ଭୁବନେଶ୍ୱରରେ CBI ରେଡ୍
ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍ । ମେ' ଫେୟାର ହୋଟେଲ୍ ସମ୍ମୁଖରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ରେଡ୍ ବେଳେ ଏକ ଦାମୀଗାଡ଼ିରୁ ବିପୁଳ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଦାମୀଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ତେବେ ଏହି ଦାମୀ ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ଆଜି ରାତି ପ୍ରାୟ ୯ଟା ସମୟରେ ମେ’ ଫାୟାର ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ଦାମୀ କାର ଛିଡ଼ା ହୋଇଥିଲା । ଯାହାର ନମ୍ବର OD-05-9999 । ତେବେ ଏହି ଦାମୀ ଗାଡ଼ିଟି ଏକ ବିଲଡର ସଂସ୍ଥାର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି । ତେବେ ଏହି ବିଲ୍ଡର ସଂସ୍ଥାର ଅଫିସ୍ ପାହାଳରେ ଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ଗାଡ଼ିରେ ଡିଲ୍ ହେଉଥିଲା । ତେବେ ଏ ସମ୍ପର୍କରେ ସିବିଆଇ ଟିମ୍ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଗାଡ଼ି ଭିତରୁ କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି । ୪ ଜଣଙ୍କୁ ସିବିଆଇ ଟିମ୍ ହେପାଜତକୁ ନେଇଛି । ତେବେ ଏତେ ପରିପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସିଥିଲା, ତାହା ଜଣାପଡ଼ି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733590771.jpg)