Advertisment

ଭଦ୍ରକ-ଯାଜପୁରରେ ଅଚାନକ ସିବିଆଇ ରେଡ୍‌

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।

ଅଦ୍ୟତନ ହୋଇଛି
cbi

cbi

Advertisment

ଭଦ୍ରକ: ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା । ଓଡ଼ିଶାରେ ସିବିଆଇର ଅଚାନକ୍‌ ରେଡ୍‌ ।  ସିବିଆଇ ପକ୍ଷରୁ ଓଡ଼ିଶା ସମେତ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତଦନ୍ତ ହେଉଛି । ମୋଟ୍ ୭୬ଟି ଅଞ୍ଚଳରେ ସର୍ଚ୍ଚ କରିବା ସହ ଖୋଳତାଡ଼ କରୁଛି ସିବିଆଇ । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଏହି ଯାଞ୍ଚ କରାଯାଉଛି ।

Advertisment

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ । ଅନୁମାନ କରାଯାଉଛି, ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ଠିକଣାରେ ଏହି ଯାଞ୍ଚ କରାଯାଉଛି । ଭଦ୍ରକ ଏବଂ ଯାଜପୁରରେ ସିବିଆଇ ରେଡ୍ ହୋଇଥିବା ସୂଚନା । ସିବିଆଇ ଏତଲାରେ ଥିବା ୨ ଜଣଙ୍କ ଘରେ ଏହି ରେଡ୍ ପଡ଼ିଛି । ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଭଦ୍ରକ ଆରପଡ଼ାର ମନୋରଂଜନ ଦାସଙ୍କ ଘରେ ରେଡ୍ କରାଯାଇଛି ।

Crime Against Women CBI Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ