Advertisment

CBI କବଜାରେ ଡାକ୍ତର... ଏତେ ଟଙ୍କା ଦେଖି ଭିଜିଲାନ୍ସ ବି କାବା...

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା

ଅଦ୍ୟତନ ହୋଇଛି
CBI Raid

Vigilance Raid

Advertisment

CBI କବଜାରେ ଡାକ୍ତର...କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଧରିଛି ସିବିଆଇା ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଟ୍ରାପ୍ କରିଛି ସିବିଆଇ। ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ କ୍ଲିୟରାନ୍ସ ସାର୍ଟିଫିକେଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି । ଏପରିକି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା

Advertisment

ଗତକାଲି ଅପରାହ୍ନରୁ ରାତି ତମାମ୍ ଚଢ଼ାଉ ଜାରି ରହିବା ସହ ତୁହାକୁ ତୁହା ଜେରା କରିଛନ୍ତି ସିବିଆଇ ଅଧିକାରୀ। ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି । ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛି । ପାରାଦୀପ ଭୂୟାଁ ଛକରେ ଥିବା ତାଙ୍କ ଅଫିସ୍ ସମେତ ଜେବି କଲୋନୀରେ ଥିବା କ୍ବାର୍ଟର, ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ ହୋଇଛି । ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ଅପର୍ଯ୍ୟାପ୍ତ ଟଙ୍କା ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।

CBI Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ