Advertisment

୬ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୭୦ ପ୍ରଶ୍ନ ପଚାରିଲା କ୍ରାଇମବ୍ରାଞ୍ଚ

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି।

Bidyabharati panda

Bidyabharati panda

Advertisment

ପାରଳାଖେମୁଣ୍ଡି: ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ୬ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଜେରା। ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ୍  ଟିମ୍ ୭୦ଟି ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। ଦରକାର ହେଲେ ଆସନ୍ତାକାଲି(ଶୁକ୍ରବାର) ମଧ୍ୟ ତାଙ୍କୁ ଜେରା ହୋଇପାରେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଇମାନ କଲ୍ୟାଣୀ। ଆଜି ବିଦ୍ୟାଭାରତୀଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ବି ଜେରା ହୋଇଥିବା ସୂଚନା ମିଳିଛି। ଆଜି ବିଦ୍ୟାଭାରତୀଙ୍କ ବାପ ଘର ମୟୂରଭଞ୍ଜ କପ୍ତିପଦାର ଗୌଡ଼ଗାଁକୁ ଯାଇଥିଲା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍।

Advertisment

ଏହି ଟିମ୍ ଦିନ ୨ଟାରୁ ଜେରା ଆରମ୍ଭ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କାହିକି ଭଲ ନଥିଲା, ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏଗ୍ରିମେଣ୍ଟ କାହିଁକି କରାଯାଇଥିଲା, କେଉଁ କାରଣ ପାଇଁ ଝଗଡ଼ା କରି ବିଦ୍ୟାଭାରତୀ ଡିଏଫଓଙ୍କ ଘରକୁ ପଳାଇଥିଲେ ଆଦି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ସୂଚନା ମିଳିଛି।

ସେପଟେ ବିଦ୍ୟାଭାରତୀ କିଛି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଅନ୍ୟ କିଛି ପ୍ରଶ୍ନରେ ଚୁପ୍ ରହିଥିବା ଜଣାପଡ଼ିଛି। ଏହି ରହସ୍ୟଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ଲାଗି ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ୍ ଗତକାଲି ସୌମ୍ୟଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲା। ତା ପୂର୍ବରୁ ମାମଲାର ଅନ୍ୟ ଅଭିଯୁକ୍ତ ଡିଏଫ୍ଓ ସଂଗ୍ରାମ ବେହେରା, ରୋଷେୟାଙ୍କ ସମେତ ଅନ୍ୟ ପକ୍ଷଙ୍କୁ ମଧ୍ୟ ଜେରା କରିଥିଲା।

Advertisment
Paralakhemundi ACF Death Odisha News Crime Branch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ