Snake Bite
କେରଳର ଭୟଙ୍କର କାହାଣୀ ଗଞ୍ଜାମରେ ରିପିଟ୍ । ମେ ୭, ୨୦୨୦ରେ ବିଷଧର ସାପ ଲଗେଇ ସଇତାନ୍ ସରୋଜ୍ ଏସ୍ କୁମାର ନିଜ ପତ୍ନୀକୁ ମାରିଥିଲା । ଆଉ ଏ ଜଘନ୍ୟ କାଣ୍ଡର ପ୍ରାୟ ୩ ବର୍ଷ ପରେ ପତ୍ନୀ ସହ ଦୁଇ ବର୍ଷର କଅଁଳା ଝିଅକୁ ବି ସାପ ଲଗେଇ ହତ୍ୟା ଅଭିଯୋଗରେ ଗିରଫ ହୋଇଛି କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଜହ୍ଲାଦ କେ.ଗଣେଶ ପାତ୍ର ।
କଳ୍ପନାର ବାହାରେ ଏଭଳି ସାଂଘାତିକ କାଣ୍ଡର ଓଡ଼ିଶାରେ ପୁନରାବୃତ୍ତିକୁ ନେଇ ହଇଚଇ। ଏବେ ସ୍କାନରରେ ଅଭିଯୁକ୍ତକୁ ସାପ ଯୋଗାଇଥିବା ସାପୁଆ ବସନ୍ତ ଆଚାର୍ଯ୍ୟ। କେ.ଗଣେଶ ପାତ୍ରର ହତ୍ୟା ଷଡ଼ଯନ୍ତ୍ରରେ ସିଧାସଳଖ ସାମିଲ ନାହାଁନ୍ତି ତ ସେ ? ଦୁଇ ହଜାର ଟଙ୍କା ବିନିମୟରେ ବିଷଧର ସାପକୁ ଜଣେ ସାଧାରଣ ଲୋକକୁ ସେ କାହିିଁକି ବିକିଥିଲେ?
ବସନ୍ତ ଅନୁମତିପ୍ରାପ୍ତ ସାପ ଧରାଳି ନା ପେଶାଦାର ବେଆଇନ୍ ସାପ ବେପାରୀ ? କେବେଠାରୁ ସେ ଏ ବେପାର କରି ଆସୁଛନ୍ତି, କେଉଁ କେଉଁ ଆଡ଼େ ଲମ୍ବିଛି ତା ବିଷଧର ସାପ ବେପାରର ରାକେଟ୍ ? ସାପକୁ କିଭଳି ମଣିଷ ମରା ଅସ୍ତ୍ର ଭାବେ ବ୍ୟବହାର କରାଯିବ, ଅଭିଯୁକ୍ତକୁ ସେ ଟିପ୍ସ ବି ଦେଇଛି କି ସାପୁଆ ? ଏସବୁ ମାଳ ମାଳ ପ୍ରଶ୍ନକୁ ନେଇ ପୋଲିସ ଆଜି କବିସୂର୍ଯ୍ୟନଗର ଜେଏମ୍ଏଫ୍ସି କୋର୍ଟରେ ସାପୁଆ ବସନ୍ତଙ୍କ ୧୬୪ ବୟାନ ରେକର୍ଡ କରିଛି।
ଅପରପକ୍ଷେ, ସିଡ୍ୟୁଲ୍ ୱାନ୍ ଶ୍ରେଣୀରେ ଆସୁଥିବା ନାଗ ସାପକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଏବଂ ସାପକୁ ମାରି ଦିଆଯାଇଥିବା ଖବରକୁ ଗୁରୁତ୍ବର ସହନେଇଛି ବନ୍ୟପ୍ରାଣୀ ବିଭାଗ। ବିଭାଗୀୟ ପିସିସିଏଫ୍ ଘଟଣାର ଟିକିନିଖି ତଦନ୍ତ ପାଇଁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ବଡ଼ କଥା ହେଉଛି, ପତ୍ନୀ ଚରିତ୍ରକୁ ନେଇ ସନ୍ଦେହ ହେଉ କି ଅନ୍ୟ କୌଣସି ପାରିବାରିକ କାରଣ ? ଅଭିଯୁକ୍ତ କେ.ଗଣେଶ ମୁଣ୍ଡରେ ସାପକୁ ଅସ୍ତ୍ର କରି ହତ୍ୟା କରିବା ଆଇଡିଆ ଆସିଲା କେଉଁଠୁ ? ଚର୍ଚ୍ଚା ହେଉଛି, ସର୍ପ ଦଂଶନରେ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣର ବ୍ୟବସ୍ଥା ଥିବାରୁ, ଦୁଇ ଜଣଙ୍କୁ ମାରି ୮ ଲକ୍ଷ ଟଙ୍କା ପାଇବାର ଲୋଭ ବି ଏକ କାରଣ ହୋଇପାରେ।
ଏହା ବାଦ୍ ୨୦୧୨ରେ ରେଷମ ସହର ବ୍ରହ୍ମପୁର ଗୋଇଲୁଣ୍ଡିରେ ସଂପତ୍ତି ପାଇଁ ପୁଅ ନିଜ ମାକୁ ବିଷ ଇଞ୍ଜେକ୍ସନ୍ ଦେଇ ହତ୍ୟା କରିବାର ଅଭିଯୋଗ ହୋଇଥିଲା, ଏବଂ ସଂପୃକ୍ତ ଅଭିଯୁକ୍ତ ଏଇ ନିକଟରେ ପ୍ରମାଣ ଅଭାବରୁ ଖଲାସ ବି ହୋଇଥିଲା । ଏସବୁ କେ. ଗଣେଶକୁ ଏଭଳି ବିରଳ ପାପ ପାଇଁ ପ୍ରେରିତ କରି ନଥିଲା ତ ?
ଅପରପକ୍ଷେ, ପତ୍ନୀକୁ ବିଷଧର ସାପ ଲଗାଇ ହତ୍ୟା କରାଯାଇଥିବା କେରଳ ମାମଲାରେ କୋର୍ଟ ୨୦୨୧ ଅକ୍ଟୋବରରେ ଅଭିଯୁକ୍ତ ସରୋଜ୍ ଏସ୍ କୁମାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା ବେଳେ, ଗଞ୍ଜାମ ଘଟଣାରେ ଅଭିଯୁକ୍ତ କେ. ଗଣେଶ ପାତ୍ର ବିରୋଧରେ କିଭଳି ଦଣ୍ଡବିଧାନ ହେଉଛି, ତାହା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Snake_Bite_1700838425.jpg)