Advertisment

ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା

ଜାଣନ୍ତୁ କଣ ରହିଛି ଅଭିଯୋଗ

ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ

ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ

Advertisment

ବିଜେଡି ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। ନବରଙ୍ଗପୁର ଥାନାରେ ଉଭୟଙ୍କ ନାଁରେ ୬ଟି ଦଫାରେ ମାମଲା ରୁଜୁ ହୋଇଛି। ୧୪୩, ୩୨୩, ୩୫୪, ୧୪୯, ୩(୧) ଓ (R), SC/ST ଆକ୍ଚରେ ମାମଲା ହୋଇଛି। ତେବେ ନବରଙ୍ଗପୁର ସେସନ୍ସ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲା ରୁଜୁ କରିଛି।

Advertisment

୨୦୨୧ରେ ଉଭୟଙ୍କ ନବରଙ୍ଗପୁର ଗସ୍ତ ବେଳର ଆଚରଣକୁ ନେଇ ମାମଲା ହୋଇଥିଲା। ୨୦୨୧ ଫେବୃୟାରୀ ୨ରେ କୃଷକ ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଉଭୟେ ଯାଇଥିଲେ। ଘଟଣା ସମୟରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦ କରି ଆନ୍ଦୋଳନ ଚାଲିଥିଲା। ଚାଷୀଙ୍କ ସହ ବିଜେପି ଓ କଂଗ୍ରେସ ନେତା ଧାରଣାରେ ବସିଥିଲେ।

ସେହି ସମୟରେ ସଂଜୟ ଓ ପ୍ରଣବ ଚାଷୀଙ୍କୁ ଠେଲିପେଲି ଉଦଘାଟନ ସ୍ଥଳକୁ ଯାଇଥିବା ଅଭିଯୋଗ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ନେତା ଗୌରୀଶଙ୍କର ମାଝୀ ଅଭିଯୋଗ କରିଥିଲେ।

Advertisment
Sanjay Kumar Das Burma Pranab Prakash Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ