Advertisment

ଲାଞ୍ଚ ଟଙ୍କାରେ ନାଚଗୀତ କରି ମଉଜ କରୁଥିଲେ ଡାକ୍ତର ଖେଜୁରିଆ !

ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।

ଅଦ୍ୟତନ ହୋଇଛି
Casanova doctor

Casanova doctor

Advertisment

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ ା ଡାକ୍ତର ଖେଜୁରିଆ। କିନ୍ତୁ ଏବେ ଚର୍ଚ୍ଚାରେ। ଅଭିନୟ ପାଇଁ ନୁହେଁ, ବରଂ ଲାଞ୍ଚ କାରବାର ପାଇଁ ଚର୍ଚ୍ଚାରେ। ଡାକ୍ତର ଭଳି ପଦବୀରେ ରହି ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଡାକ୍ତର ଖେଜୁରିଆ। ବାପ, ମା ଛେଉଣ୍ଡ ଗରିବ ଟିକି ଝିଅଟିକୁ ତାମାର ଏକ ଡେଥ୍ କ୍ଲେମ ସାର୍ଟିଫିକେଟ୍ କରାଇଦେବା ପାଇଁ ସଂପୃକ୍ତ ଜୀବନ ବୀମା କମ୍ପାନୀର ଜଣେ ଏଜେଣ୍ଟଙ୍କ ଜରିଆରେ ଲାଞ୍ଚ ନେଉଥିଲେ। ୧୧ ହଜାର ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

୭ ବର୍ଷର ଝିଅ ନମିତା ନାୟକ। ଦିନ ମଜୁରିଆ ବାପା କାଳନ୍ଦୀ ନାୟକ ଗତ ୫ ବର୍ଷ ତଳେ ଆରପାରିକୁ ଚାଲିଗଲେ। ମା ନଳିନୀ ଗତ ୬ ମାସ ତଳେ ଆଖିବୁଜିଦେଲେ। ତେବେ କୁନିଝିଅ ନମିତାର ମା, ନମିତା ନାଁରେ ଏକ ଜୀବନ ବୀମା କମ୍ପାନୀରେ କିଛି ଟଙ୍କା ସଞ୍ଚୟ ରଖିଥିଲେ। ସେହି ଟଙ୍କା ଉଠାଣ ପାଇଁ ଆବଶ୍ୟକ ପଡୁଥିଲା ନଳିନୀଙ୍କ ଡେଥ୍ କ୍ଲେମ ସାର୍ଟିଫିକେଟ୍। ତେଣୁ ସଂପୃକ୍ତ କମ୍ପାନୀ ଏଜେଣ୍ଟ ସହାୟତାରେ ସାର୍ଟିଫିକେଟ ପାଇଁ ଡାକ୍ତର ଖେଜୁରିଆଙ୍କ ପାଖକୁ ଯାଇଥିଲେ। 

କିନ୍ତୁ ଡାକ୍ତର ଖେଜୁରିଆ ମାଗିଥିଲେ ୧୧ ହଜାର ଟଙ୍କା। ଶେଷରେ କିଛି ଉପାୟ ନପାଇ ଏଜେଣ୍ଟ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏବେ ଭିଜିଲାନ୍ସ ଜାଲରେ ଡାକ୍ତର ଖେଜୁରିଆ। ତେବେ ଡାକ୍ତର ଖେଜୁରିଆ ଯଦି ଅଭିନୟରେ ବ୍ୟସ୍ତ ରହୁଥିଲେ ତେବେ କେତେବେଳେ କରୁଥିଲେ ରୋଗୀସେବା ? କାହା ଟଙ୍କାରେ କରୁଥିଲେ ଏଭଳି ମଉଜ ? ଲାଞ୍ଚ ଟଙ୍କାରେ ତିଆରି କରୁଥିଲେ କି ଆଲବମ୍ ? ଅନ୍ୟ କାହା କାହା ଠାରୁ ବି ଏଭଳି ଲାଞ୍ଚ ନେଇଛନ୍ତି କି ଡାକ୍ତର ଖେଜୁରିଆ ? ଏଭଳି ନାନା ପ୍ରଶ୍ନ ଭିତରେ ଖେଜୁରିଆଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ଭିଜିଲାନ୍ସ। 

Advertisment

ସେପଟେ ଡାକ୍ତରଙ୍କ ନାଚଗୀତରେ ଧମାକେଦାର ପରଫର୍ମାନ୍ସ ଓ ଅଭିନୟ ା କେଉଁ ଆଲବମର ନାଁ ଲଭର 420 ତ ଆଉ କେଉଁ ଆଲବମ୍‌ର ନାଁ କୁତୁକୁତିଆ ପ୍ରେମ।...ଏମିତି ମାଳ ମାଳ ଭିଡ଼ିଓ ଆଲବମ୍ କରି ଅଭିନୟ କରିଛନ୍ତି ଅଭିନେତ୍ରୀ ମାନଙ୍କ ସହ। ଖାଲି ଅଭିନୟ ନୁହଁ, ପ୍ରଯୋଜନା ବି କରିଛନ୍ତି ସେ। ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।

ରିପୋର୍ଟ: ରାଜଶ୍ରୀ ଶତପଥୀ

Bribe Casanova Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ