Advertisment

ପାପୀଙ୍କ ହାତରେ ଦେବନି ମୋ ଶବ ! ମାନସଙ୍କ ଶେଷ ଚିଠିକୁ ପଢିଥିଲେ କେୟାର ଟେକର

ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମକୁ ଦେଇଥିଲି।

ଅଦ୍ୟତନ ହୋଇଛି
CameraMan Murder Case

CameraMan Murder Case

Advertisment

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ଶେଷ ଚିଠି।ଯେଉଁ ଚିଠିକୁ ଦୟାଲ ଆଶ୍ରମର କେୟାରଟେକର ପାଇଥିବା କହିଛନ୍ତି। କେୟାରଟେକର ଜନୈକା ମହିଳାଙ୍କ ସୂଚନା ଦେଇଛନ୍ତି ଯେ ଆଶ୍ରମର ଉକ୍ତ ଘରଟିକୁ ଝାଡୁ କଲା ବେଳେ ଖଟ ତଳୁ ଏକ ଚିଠି ପାଇଲି। ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ହୋଇଥିଲା। ସେମାନେ ତାକୁ ଉଠାଇ ଆଣି ପିଟିଥିବା ଚିଠିରେ ମାନସ ଲେଖିଥିଲେ।

Advertisment

କ୍ୟାମେରା, ମୋବାଇଲ, ପାସ୍‌ବୁକ୍‌ ଛଡ଼ାଇ ନେଇଥିବା ମାନସ ଚିଠିରେ ଲେଖିଥିଲେ। ମାନସ ଚିଠିରେ ଆହୁରି ଲେଖିଥିଲେ- ମୁଁ ଯଦି ମରିଯାଏ ତାହାହେଲେ ମୋ ଶବ ଏ ପାପୀମାନଙ୍କୁ ଦେବେ ନାହିଁ। ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବେ।

ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ୍ ନମ୍ବର ଲେଖିଥିଲେ ବୋଲି କେୟାରଟେକର କହିଛନ୍ତି। ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମକୁ ଦେଇଥିଲି। ଆଶ୍ରମକୁ ବହୁତ ବଡ଼ବଡ଼ିଆ ଲୋକ ଯାଆସ କରନ୍ତି ବୋଲି କେୟାରଟେକର କହିଛନ୍ତି। 

Advertisment

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି। ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି। ଏହି ଦୁଇଟି ଟିମ୍ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଖୋଜି ବାହାର କରିବ। କାରଣ, ଶର୍ମିଷ୍ଠା ମିଳିବା ପରେ ହିଁ ମାନସ ମର୍ଡର ମିଷ୍ଟ୍ରିର ବାକି ରହସ୍ୟ ଖୋଲିବ।

Crime Branch Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ