Advertisment

ରାସ୍ତାରେ ଶୁଖୁଥିଲା ବାଣ ! ଚଢ଼ିଗଲା ଡାକ୍ତରଙ୍କ କାର୍, ବିସ୍ଫୋରଣ ପରେ ୧୫ ଫୁଟ ଉଚ୍ଚରୁ ପଡ଼ିଲା

ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ ।

undefined

Crackers Blast

Advertisment

ବେଆଇନ୍ ବାଣ ତିଆରିରୁ ପୁଣି ଏକ ବଡ଼ ବିସ୍ପୋରଣ। ଆଉ କାହାର ଦାୟିତ୍ୱହୀନତା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବ ଡାକ୍ତର। କେନ୍ଦ୍ରାପଡ଼ା ସଦର ଥାନା ଖଣ୍ଡିଆ ବନ୍ଧ ଗାଁରେ ପୁଣି ସାମ୍ନାକୁ ଆସିଛି ବେଆଇନ୍ ବାଣ ଭିଡ଼ାରୁ ଦାରୁଣ ଦୁର୍ଘଟଣାର ଆଉ ଏକ କାହାଣୀ।

Advertisment

ସମୟ ପ୍ରାୟ ଦିନ ପ୍ରାୟ ୧୦ଟା । ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଘଟିଥିଲା ବିରାଟ ବିସ୍ଫୋରଣ। ଡାକ୍ତର ଜଣକ କିଛି ବୁଝିବା ପୂର୍ବରୁ ବିସ୍ଫୋରଣରେ ପ୍ରାୟ ୧୫ ଫୁଟ ଉଚ୍ଚକୁ ଉଡ଼ିଯାଇଥିଲା ତାଙ୍କ କାର । ଛିନଛତ୍ର ହୋଇଯାଇଥିଲା କାରର ସାମ୍ନା ଭାଗ।

ପରେ ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ନେବା ପରେ ସେଠାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । କୁହାଯାଉଛି, ରାସ୍ତାରେ ଶୁଖା ଯାଇଥିବା କିଛି ବାଣ ଉପରେ ଡାକ୍ତରଙ୍କ କାରର ଆଗ ଚକ ଚଢ଼ିଯିବାରୁ ଏହି ବିସ୍ଫୋରଣ ଘଟିଛି। ଆଉ ବିସ୍ଫୋରଣ ପରେ ପାଖରେ ଥିବା କିଛି ଘରର ଛାତ ଓ କାନ୍ଥ ବି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Advertisment

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଖଣ୍ଡିଆବନ୍ଧ ଗାଁ ମଝିରେ ଥିବା ଏକ ଛାତ ଘରେ ବର୍ଷ ବର୍ଷ ଧରି ଚାଲି ଆସୁଛି ବେଆଇନ୍ ବାଣ କାରବାର । ଗାଁର ରମାକାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଏହି ବାଣ ପ୍ରସ୍ତୁତି କରି ଆସୁଥିବା ଅଭିଯୋଗ ହୋଇଛି । ବାଣ ଭିଡ଼ିବା ପରେ ତାକୁ ବିପଦପୂର୍ଣ୍ଣ ଭାବେ ରାସ୍ତାରେ ଶୁଖାଇ ଦିଆଯାଏ ।

ଆଗକୁ ପୂଜା ସିଜିନ୍ ଥିବାରୁ ଅଧିକ ସଂଖ୍ୟାରେ ବାଣ ଭିଡ଼ି ସକାଳୁ ସକାଳୁ ଶୁଖାଇ ଦେଇଥିଲା ରମାକାନ୍ତ। ତେବେ ଆଜିର ଏ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ରମାକାନ୍ତ ଫେରାର ମାରିଥିବା କୁହାଯାଉଛି ।

Advertisment

ଏହାପୂର୍ବରୁ ୨୦୨୨ ନଭେମ୍ବର ୨୪ ତାରିଖରେ କେନ୍ଦ୍ରାପଡ଼ା ବାଲିଆ ବଜାରରେ ବେଆଇନ୍ ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ ହେବାରୁ ୨ ଜଣଙ୍କ ଜୀବନ ଯାଇଥିଲା । ସେ ଘଟଣା ମନରୁ ନଲିଭୁଣୁ ଆଜି ପୁଣି ଏକ ବାଣ ବିଭୀଷିକାକୁ ସାମ୍ନାକୁ ଆସିଛି । ସେପଟେ ଆଜିର ଘଟଣା ନେଇ ସଦର ପୋଲିସ ମୁହଁ ଖୋଲିନି ।

Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ