Advertisment

କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ହତ୍ୟାକାଣ୍ଡର ଫିଟିଲା ଗୁମର

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

undefined

Camera man Murder Case

Advertisment

ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡିପୋଖରୀ ଗାଁର କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ହତ୍ୟାକାଣ୍ଡର ଫିଟୁଛି ଗୁମର। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି। ଗୋଡିପୋଖରୀ ଗାଁର ପଞ୍ଚାନନ ସ୍ୱାଇଁଙ୍କ ପୁଅ ମାନସ ଗତ ଫେବୃୟାରୀ ୭ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇଥିବାବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା।

Advertisment

ଭୁବନେଶ୍ୱରର ଏକ ୱେବ ଚ୍ୟାନେଲର କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଫେବୃୁୟାରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ କରି ଘଟଣାର ଖୁଲାସା କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

ରାଜଧାନୀରେ ହତ୍ୟା ଓ ପରେ ନୟାଗଡ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ପାହାଡ଼ ନିକଟରେ ମାନସଙ୍କ ମରଶରୀରକୁ ପୋତି ଦିଆଯାଇଥିଲା। ସେଠାରୁ ପୋଲିସ ଉଦ୍ଧାର କରିଥିଲା ମାନସଙ୍କ ଗଳିତ ଶବ। ଏହି ଘଟଣାରେ ପୋଲିସ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ଭାଗ୍ୟଧର ନାୟକ ନାମକ ୩ ଅଭିଯୁୂକକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି।

Advertisment
Camera Man Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ