Advertisment

ମାନସ ହତ୍ୟା ମାମଲା: ଅପହରଣଠାରୁ ଶବ ପୋତିବା ପର୍ଯ୍ୟନ୍ତ, ପୁରା ଘଟଣାର ପ୍ଲାନ୍‌ କରିଥିଲେ ନିରଞ୍ଜନ

ସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍‌ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି ।

ଅଦ୍ୟତନ ହୋଇଛି
Niranjan Sethi OIC

Niranjan Sethi OIC

Advertisment

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାଘଟଣାରେ ଆସିଲା ନୂଆ ମୋଡ଼ । ଗୋଟିଏ ମେମୋରି କାର୍ଡ ପାଇଁ ହତ୍ୟା କରାଯାଇଥିବା ସ୍ପଷ୍ଟ । ଆଉ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଅବସର ପ୍ରାପ୍ତ ସରକାରୀ ଅଧିକାରୀ ନିରଞ୍ଜନ ସେଠୀ । ତାଙ୍କୁ ପୋଲିସ ଗିରଫ କରିଛି । ସେ ଅପହରଣଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ, ସବୁ ସିନ୍‌ର କରିଥିଲେ ପ୍ରି-ପ୍ଲାନ୍‌ । ଆଉ ତାଙ୍କ ପ୍ଲାନ୍‌ ଅନୁସାରେ ହିଁ କରାଯାଇଥିଲା ଅପହରଣ ଓ ହତ୍ୟା ।

Advertisment

ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମକୁ ନେଇ ମାନସଙ୍କୁ ମାଡ଼ ମରାଯାଇଥିଲା । ସେଠାରେ ମାନସଙ୍କ ମୃତ୍ୟୁ ପରେ ନୟାଗଡ଼ରେ ଶବ ପୋତି ଦିଆଯାଇଥିଲା । ଏସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍‌ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । 

ନିରଞ୍ଜନ ଜଣେ ଅବସରପ୍ରାପ୍ତ ଓଆଇସି । ସେ ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଜତୀନ୍‌ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

Advertisment

ଖାଲି ସେତିକି ନୁହେଁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମରେ ମାଡ଼ ମାରିବା ସହ ହତ୍ୟା ଯୋଜନା, ଶବ ପୋତିବାରେ ମଧ୍ୟ ନିରଞ୍ଜନଙ୍କ ହାତ ଥିଲା । ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି । ନିରଞ୍ଜନ ନିଜେ ଦୟାଲ ଆଶ୍ରମରେ ମାନସଙ୍କୁ ମାଡ଼ ମାରିଛନ୍ତି । ଗୋଟିଏ ମେମୋରି କାର୍ଡ ପାଇଁ ଏସବୁ ଘଟଣା ଘଟିଥିଲା ବୋଲି ପୋଲିସ କହିଛି । ତେବେ ସେହି ମେମୋରି କାର୍ଡ ଏଯାଏ ପୋଲିସ ହାତରେ ଲାଗିନି । ଭୁବନେଶ୍ୱର ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଛି । 

ସେପଟେ ମୁଖ୍ୟ ଅଭିଯୁକ୍ତ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜା ଚାଲିଛି କହିଲେ ଏଏସ୍‌ପି । ଶର୍ମିଷ୍ଠାଙ୍କ ସହ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ବି ଖୋଜାଚାଲିଛି । ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ ।

Advertisment

ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡିପୋଖରୀ ଗାଁର କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ଗତ ଫେବୃୟାରୀ ୭ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇଥିବାବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା । 

ଭୁବନେଶ୍ୱରର ଏକ ୱେବ ଚ୍ୟାନେଲର କିଛି ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମାନସଙ୍କ ପରିବାର ଲୋକେ ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ଛାନଭିନ କରି ଘଟଣାର ଖୁଲାସା କରିଥିଲା। ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

ରାଜଧାନୀରେ ହତ୍ୟା ଓ ପରେ ନୟାଗଡ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ପାହାଡ଼ ନିକଟରେ ମାନସଙ୍କ ମରଶରୀରକୁ ପୋତି ଦିଆଯାଇଥିଲା। ସେଠାରୁ ପୋଲିସ ଉଦ୍ଧାର କରିଥିଲା ମାନସଙ୍କ ଗଳିତ ଶବ।

Camera Man Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ