Advertisment

କ୍ୟାବ୍ ଭିତରେ ନାବାଳିକାକୁ ପର୍ଣ୍ଣ ଭିଡିଓ ଦେଖାଇଲା ଡ୍ରାଇଭର, ତା’ପରେ...

ସ୍କୁଲରୁ ଆଣିବା ବେଳେ କରିଥିଲା ଦୁର୍ବ୍ୟବହାର

ଅଦ୍ୟତନ ହୋଇଛି
Cabbie Shows Porn Video To 15 Year Old Girl Arrested In chennai

Cabbie shows porn video

Advertisment

ଦିନକୁ ଦିନ ବଢ଼ୁଛି ନାବାଳିକାଙ୍କ ପ୍ରତି ନିର୍ଯାତନା । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁଷ୍କର୍ମ ଓ ହତ୍ୟାପରି ଅଭିଯୋଗ ସାମ୍ନାକୁ ଆସୁଛି । କେଉଁଠି ଦୁଷ୍କର୍ମ ପରେ ହତ୍ୟା ତ କେଉଁଠି ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି । ଏପରି ସମୟରେ ପୁଣି ଜଣେ ନାବାଳିକାଙ୍କୁ ନେଇ ରୋଚକ ଘଟଣା ନଜରକୁ ଆସିଛି ।

Advertisment

ଜଣେ ସ୍କୁଲ ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଜଣେ କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଜଣେ କ୍ୟାବ୍‌ ଡ୍ରାଇଭର ପର୍ଣ୍ଣ ଭିଡିଓ ଦେଖାଇଲେ । ୧୫ ବର୍ଷିୟ ନାବାଳିକାଙ୍କୁ ଜଣେ କ୍ୟାବ୍‌ ଡ୍ରାଇଭର ଅଶ୍ଳୀଳ ଭିଡିଓ ଦେଖାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ପର୍ଣ୍ଣ ଦେଖିବା ପରେ ୭ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ୧୦ ବର୍ଷର ବାଳକ !

Advertisment

ସୂଚନା ଅନୁଯାୟୀ ଘଟଣାଟି ଚେନ୍ନାଇର ହସ୍ତିନାପୁରମରେ ଘଟିଛି । ଜଣେ ୨୫ ବର୍ଷିୟ କ୍ୟାବ ଡ୍ରାଇଭର ଏକ ସ୍କୁଲ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଗାଡ଼ି ଅଟକାଇ ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ତାଙ୍କ ଗାଡ଼ିରେ ଘରେ ଛାଡ଼ି ଦେବା କହି ନେଇଥିଲେ । ପରେ ପରେ ଗାଡ଼ିରେ ଛାତ୍ରୀ ଜଣଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ନାବାଳିକା ଜଣକ କହିଛନ୍ତି । ରୁଟ୍ ଦେଖେଇବା ବାହାନାରେ ସେ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଛି। 

ପରେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ କ୍ୟାବ୍‌ ଡ୍ରାଇଭରକୁ ଅଟକ ରଖିଥିଲା । ଅଟକରଖି ଅଭିଯୁକ୍ତ ଡ୍ରାଇଭର ସୂର୍ଯ୍ୟକୁ ପଚରାଉଚରା କରିଥିଲା ପୁଲିସ । ପରେ ଡ୍ରାଇଭର ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment
Minor Girl Porn Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ