Advertisment

Suicide: ସୁଇସାଇଡ୍ ନୋଟ ମିଳିଛି, ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି ...ଅବସାଦରେ ଥିଲେ ମୃତକ

ପୁଲିସ ସୂଚନା ଅନୁସାରେ, ମୃତଦେହଟି ରୁମର ବେଡ୍ ଉପରୁ ମିଳିଥିଲା। ତାଙ୍କ ମୁହଁରେ ସିଲିଣ୍ଡର ସହ ଯୋଡ଼ି ହୋଇ ରହିଥିଲା ଏକ ପାଇପ୍ । ସୂଚନା ମିଳିବା ପରେ ବାରାଖମ୍ବା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ଲେଡି ହାର୍ଡିଙ୍ଗ ହସ୍ପିଟାଲକୁ ପଠାଇଥିଲା।

Suicide

Suicide

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଏକ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ଯାହା ଆପଣଙ୍କ ନିଦ ହଜାଇଦବ । ଏମିତି ବି କିଏ ଆତ୍ମହତ୍ୟା କରେ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସିବ ।

Advertisment

ପ୍ରଥମ ଥର ଜଣେ ବ୍ୟକ୍ତି ହିଲିୟମ୍‌ ଗ୍ୟାସ୍‌ ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି। ଘଟଣାଟି ନୂଆ ଦିଲ୍ଲୀର ପୋଶ୍‌ ଅଞ୍ଚଳ ଗୋଲ୍‌ ମାର୍କେଟ୍‌ ନିକଟରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଘଟିଛି । ଜଣେ ୨୫ ବର୍ଷୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଧୀରଜ କଂସଲ ହିଲିୟମ୍‌ ଗ୍ୟାସ୍‌ ସିଲିଣ୍ଡର ମାଧ୍ୟମରେ ଆତ୍ମହତ୍ୟା କରିଛନ୍ତି।

ପୁଲିସ ସୂଚନା ଅନୁସାରେ, ମୃତଦେହଟି ରୁମର ବେଡ୍ ଉପରୁ ମିଳିଥିଲା। ତାଙ୍କ ମୁହଁରେ ସିଲିଣ୍ଡର ସହ ଯୋଡ଼ି ହୋଇ ରହିଥିଲା ଏକ ପାଇପ୍ । ସୂଚନା ମିଳିବା ପରେ ବାରାଖମ୍ବା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ଲେଡି ହାର୍ଡିଙ୍ଗ ହସ୍ପିଟାଲକୁ ପଠାଇଥିଲା।

Advertisment

ପୁଲିସକୁ ୨୮ ଜୁଲାଇରେ ଏକ ପିସିଆର୍‌ କଲ୍‌ ଆସିଥିଲା ଯେ ଗୋଲ୍‌ ମାର୍କେଟ୍‌ ନିକଟ ବଙ୍ଗାଳୀ ମାର୍କେଟ୍‌ ପାଖରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଜଣେ ବ୍ୟକ୍ତି ଚେକ୍‌ଆଉଟ୍‌ କରୁନାହାନ୍ତି ଏବଂ କୋଠରୀରୁ ଦୁର୍ଗନ୍ଧ ଆସୁଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡ଼ିଲା ଯେ ୧୮ ବଜାର ଲେନ୍‌ରେ ଥିବା ଏକ ଏୟାରବିଏନବି ଫ୍ଲାଟ୍‌ରେ ଧୀରଜ ୨୦ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ରହୁଥିଲେ।

ସୋମବାର ତାଙ୍କୁ ଚେକ୍‌ଆଉଟ୍‌ କରିବାର ଥିଲା। ଗେଷ୍ଟ ହାଉସ୍‌ ମାଲିକଙ୍କ ସୂଚନା ଆଧାରରେ ପୁଲିସ୍‌ କ୍ରାଇମ୍‌ ଟିମ୍‌, ଏଫଏସଏଲ୍‌ ଏବଂ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ଫ୍ଲାଟ୍‌ର ତିନୋଟି ପ୍ରବେଶ ଦ୍ୱାର ମଧ୍ୟରୁ ଗୋଟିଏକୁ ଭାଙ୍ଗି ଭିତରକୁ ପଶିଥିଲେ । ଧୀରଜଙ୍କ ଶବ ବିଛଣା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

Advertisment

ମୃତକଙ୍କ ମୁହଁରେ ଏକ ମାସ୍କ ଥିଲା, ଯାହା ଏକ ପତଳା ନୀଳ ପାଇପ୍‌ ମାଧ୍ୟମରେ ସିଲିଣ୍ଡର ସହ ଯୋଡ଼ା ହୋଇଥିଲା। ତାଙ୍କ ମୁହଁରେ ଏକ ପ୍ଲାଷ୍ଟିକ୍‌ ଗୁଡ଼ାଇ ହୋଇଥିଲା ଏବଂ ଗଳାରେ ଟେପ୍‌ ଦ୍ୱାରା ସିଲ୍‌ କରାଯାଇଥିଲା, ଯାହାଦ୍ୱାରା ଗ୍ୟାସ୍‌ ବାହାରକୁ ନ ଆସିପାରେ।

ଘଟଣାସ୍ଥଳରୁ ସିଲିଣ୍ଡର, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଧୀରଜଙ୍କ ଶବ ପାଖରୁ ଏକ ସୁସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି, ଯେଉଁଥିରେ ଲେଖାଯାଇଥିଲା ଯଦି ତାଙ୍କର ଫେସବୁକ୍‌ ପୋଷ୍ଟ ମିଳେ ନାହିଁ, ତେବେ ଏହି ନୋଟ୍‌ ପଢ଼ିବାକୁ।

ସୁସାଇଡ ନୋଟରେ ଏହା ମଧ୍ୟ ଲେଖାଯାଇଥିଲା ଯେ ଫେସବୁକ୍‌ ପୋଷ୍ଟ ଡିଲିଟ୍‌ ହୋଇପାରେ। ନୋଟ୍‌ରେ ଲେଖାଥିଲା ଯେ ଏହି ପଦକ୍ଷେପ ପାଇଁ କାହାକୁ ଦାୟୀ କରୁନାହାନ୍ତି । ସେ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି ।

ସୁସାଇଡ୍‌ ନୋଟ୍‌ରେ ଧୀରଜ ଲେଖିଥିଲେ, "ମୋ ମୃତ୍ୟୁ ପାଇଁ ଦୁଃଖ କର ନାହିଁ। ମୋ ପାଇଁ ମୃତ୍ୟୁ ହେଉଛି ମୋ ଜୀବନର ସବୁଠୁ ସୁନ୍ଦର ଅଂଶ। ଆତ୍ମହତ୍ୟା କରିବା ଖରାପ ନୁହେଁ, କାରଣ ମୋ ଉପରେ କାହାର ଦାୟିତ୍ୱ ନଥିଲା। ମୁଁ କାହା ସହ ବହୁତ ଯୋଡି ହୋଇନଥିଲି ଏବଂ କେହି ମୋ ସହ ନଥିଲେ। ମୋ କାରଣରୁ କେହି ଅବସାଦରେ ପଡ଼ିବେ ନାହିଁ।

ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ଧୀରଜଙ୍କ ପିତାଙ୍କର ୨୦୦୩ ମସିହାରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମାଆଁ ଦ୍ୱିତୀୟ ବିବାହ କରିଥିଲେ। ଧୀରଜଙ୍କର କୌଣସି ଭାଇଭଉଣୀ ନଥିଲେ ଏବଂ ସେ ମହିପାଲପୁରରେ ଏକ ପିଜିରେ ରହୁଥିଲେ। ଆତ୍ମହତ୍ୟା ଖବର ପରେ ତାଙ୍କ ମାମୁଁ ଏବଂ କିଛି ଆତ୍ମୀୟ ହସ୍ପିଟାଲରେ ପହଞ୍ଚିଥିଲେ।

ବର୍ତ୍ତମାନ ବାରାଖମ୍ବା ଥାନା ପୁଲିସ ମାମଲା ରୁଜୁ କରିଛି ଏବଂ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରୁଛି। ମୃତକଙ୍କ ମୋବାଇଲ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟର ମଧ୍ୟ ତଦନ୍ତ କରାଯାଉଛି, ଯାହାଦ୍ୱାରା ଆତ୍ମହତ୍ୟା ପୂର୍ବରୁ ସେ କ’ଣ କରୁଥିଲେ ତାହା ଜଣାପଡ଼ିବ।

Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ