Advertisment

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
PARI MURDER CASE

PARI MURDER CASE

Advertisment

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର। ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀ ମା'। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ହାଇକୋର୍ଟ ରିଟ୍ ପିଟିସନକୁ ଖାରଜ କରିଦେଇଥିଲେ। ତେଣୁ ପରିବାର ସୁପ୍ରିମକୋର୍ଟର ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ରାୟ ଦେଇ କହିଛନ୍ତି ଯେ, ହାଇକୋର୍ଟ ହିଁ ପରୀ ମୃତ୍ୟୁ ମାମାଲାର ଶୁଣାଣି କରିବେ।

Advertisment

ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆଜକୁ ୧୦ ମାସ ତଳେ ୫ ବର୍ଷର ଝିଅ

Advertisment

କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରିଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା। ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ତମ୍ୱି ତୋଫାନ ହୋଇଥିଲା। ସ୍ଥିତି ବାହାରକୁ ଯାଉଥିବା ଦେଖି ରାଜ୍ୟ ସରକାର‌ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରିଥିଲା। ଏବେ ଅଭିଯୁକ୍ତ ନାବାଳକ ଅନୁଗୋଳ ସୁଧାର ଗୃହରେ ରହିଛି। ମାମଲା ଏବେ ବିଚାରାଧୀନ ରହିଛି।

ସେପଟେ ଏସ୍‌ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀ ମାଆ-ବାପା। ଏସ୍‌ଆଇଟି ବଦଳରେ ସିବିଆଇ ତଦନ୍ତ କରିବା ଦାବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ମାଆ। କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ। ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ।

Advertisment
Odisha News Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ