Advertisment

ରାଜଧାନୀ ଉପକଣ୍ଠ ବାଲିଅନ୍ତା ସାଗୁଆ ଗାଁରେ ଚାଞ୍ଚଲ୍ୟ, ଯୁବ ବ୍ୟବସାୟୀଙ୍କୁ ତଣ୍ଟି କାଟି ହତ୍ୟା ଅଭିଯୋଗ

ବିଶ୍ୱଜିତ ଜଣେ ହୋଟେଲ ବ୍ୟବସାୟୀ। ସେ ଘରେ ଏକାଥିବା ବେଳେ ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Murder

Murder

Advertisment

ରାଜଧାନୀ ଉପକଣ୍ଠ ବାଲିଅନ୍ତା ସାଗୁଆ ଗାଁରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପୋଲିସର ଛାନଭିନ୍ । ସାଇଣ୍ଟିଫିକ୍ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି ବାଲିଅନ୍ତା ଥାନା ପୋଲିସ । ମୃତ ବ୍ୟବସାୟୀ ଜଣକ ହେଲେ ସାଗୁଆ ଗାଁର ବିଶ୍ୱଜିତ ନାୟକ। ବିଶ୍ୱଜିତଙ୍କ ବେକରେ କଟା ଦାଗ ରହିଛି। କେହି ଧାରୁଆ ଅସ୍ତ୍ରରେ ବେକ କାଟି ଥିବା ସନ୍ଦେହ କରୁଛି ପୋଲିସ।

Advertisment

ବିଶ୍ୱଜିତ ଜଣେ ହୋଟେଲ ବ୍ୟବସାୟୀ। ସେ ଘରେ ଏକାଥିବା ବେଳେ ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି ବିଶ୍ୱଜିତଙ୍କୁ ହତ୍ୟା କଲା ସେନେଇ ତଦନ୍ତ କରୁଛି ବାଲିଅନ୍ତା ଥାନା ପୋଲିସ। ଏହାସହିତ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି ପୋଲିସ ।

Bhubaneswar Balianta Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ