Advertisment

ଏମିତି ଚୋର କେବେ ଦେଖିନଥିବେ ! ୧୪ ରାଜ୍ୟରେ ଚୋରି ନେଟ୍‌ୱାର୍କ, ପୋଲିସ ବି ପାଉନଥିଲା ଟେର୍

ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nadeem Quresi

Nadeem Quresi

ଗୋଟିଏ କି ଦୁଇଟି ବର୍ଷ ନୁହେଁ । ଦୀର୍ଘ ୨୫ ବର୍ଷ ହେବ ସେ ଚୋରି କରି ଆସୁଥିଲା । ଏବେ କିନ୍ତୁ ଜେଲ୍‌ର କାଳ କୋଠରୀରେ ଦିନ କାଟୁଛି । କେବଳ ଚୋରି କରି ଏତେ ସମ୍ପତ୍ତି ରଖିଛି ଯେ, ଯିଏ କେହି ଦେଖିବ ସିଏ ତାଜୁବ୍ ହୋଇଯିବ । ଘର ବାଡ଼ି କୋଠା ସହ ବିଭିନ୍ନ ସ୍ଥାନରେ ସେ ମଧ୍ୟ ପ୍ଲଟ୍ କିଣିଛି । ଖାଲି ୨୫ ବର୍ଷ ହେବ ଚୋରି କରୁଛି ତାହା ନୁହେଁ । ସେ ୧୪ରୁ ୧୫ ଟି ରାଜ୍ୟରେ ନିଜର ଚୋରି ରାକେଟ୍‌ର କାୟା ବିସ୍ତାର ମଧ୍ୟ କରିଛି । ସେ ବିଭିନ୍ନ ରାଜ୍ୟକୁ ଯାଇ ଚୋରି କରି ଫେରାର ହେବାରେ ବି ମାହିର ।

Advertisment

ଏହି ଚୋରି କାରବାରରେ ସେ ଏକା ନୁହେଁ, ନିଜ ନାଁକୁ ଯୋଡ଼ି ସେ ଏକ ଗ୍ୟାଙ୍ଗ ମଧ୍ୟ ତିଆରି କରିଛି । ଏହି ଚୋରି ଗ୍ୟାଙ୍ଗର ନାଁ ହେଲା ନଦୀମ୍‌ ଗ୍ୟାଙ୍ଗ୍ । ହେଲେ ଗ୍ୟାଙ୍ଗ ଲିଡର ନଦୀମ ପୋଲିସ କବ୍‌ଜାରେ । ନଦୀମ୍‌ର ବୟସ ୪୫ । ପୋଲିସ କବ୍‌ଜାରେ ଏବେ ଏହି କୋଟିପତି ଚୋର ନଦୀମ୍ । ଦୀର୍ଘ ୨୫ ବର୍ଷ ଧରି ୧୪ଟି ରାଜ୍ୟରେ ଚଳାଇଥିଲା ତା'ର ଚୋରି ନେଟ୍‌ୱର୍କ । ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି । 

ବର୍ତ୍ତମାନ ଗାଜିଆବାଦ ପୋଲିସ ତାକୁ ତିହାର ଜେଲରୁ ପଶ୍ଚିମବଙ୍ଗକୁ ଆଣିଛି । ବିଧାନନଗର ସିଟି ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶରେ ଘଟୁଥିବା ବିଭିନ୍ନ ଚୋରି ମାମଲାରେ ପୋଲିସ ତାକୁ ବହୁ ପୂର୍ବରୁ ଖୋଜା ଖୋଜି କରିଥିଲା । ତା’ର ଭାବ-ଭଙ୍ଗୀ ଏପରି ରହୁଥିଲା, ଯେମିତି ଅତି ସହଜରେ ସେ ପୋଲିସକୁ ଚକମା ଦେଇ ଖସି ପଳାଉଥିଲା । ପୋଲିସ ଅଧିକାରୀ ଜଣକ କହିଛନ୍ତି ୨୦୨୧ରେ ସୌରଭ ଆବାସର ଦୁଇଟି ଫ୍ଲାଟରୁ ୧୨ ଲକ୍ଷ ଲୁଟ୍ ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ଗାଜିଆବାଦରେ ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

୨୦୨୧ ପରଠାରୁ ତିହାର ଜେଲରେ ରହୁଛି ନଦୀମ । ଗତ ସପ୍ତାହରେ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ନଦୀମକୁ ରିମାଣ୍ଡରେ ନିଆଯାଇଛି । ଗାଜିଆବାଦ ପୋଲିସ ତାକୁ ପଶ୍ଚିମବଙ୍ଗକୁ ଆଣି ଅଧିକ ପଚରା ଉଚରା କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

କୋଟିପତି ଚୋରର ଅପରାଧ ଡାଏରୀ

କୁରେଶି ଗାଜିଆବାଦର ନିଜ ଗାଁରେ ପ୍ରଥମେ ଗୋରୁ ଚୋରି କରି ଅପରାଧ ଜଗତରେ ପାଦ ଦେଇଥିଲା। ସେ ପଞ୍ଚମ ଫେଲ୍। ତେବେ ୧୭ ବର୍ଷ ବୟସରେ ସେ ଏକାଧିକ ଚୋରି କରିସାରିଥିଲା। ବର୍ଷ ବର୍ଷ ଧରି ସେ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିୟାଣା, ରାଜସ୍ଥାନ, ଓଡିଶା ଏବଂ ଅନ୍ୟାନ୍ୟ ରାଜ୍ୟରେ ଚୋରି କରିଛି। ପଶ୍ଚିମବଙ୍ଗରେ ୨୦୨୧ ମସିହାରେ ନାରାୟଣପୁର ଏବଂ ବାଗୁଏତିରେ ଅପରାଧ ରଚିଥିଲା।  ସେ ସବୁବେଳେ ଫର୍ମାଲ୍(ସାଦା) ପୋଷାକରେ ବୁଲୁଥିଲା। ଯେଉଁସବୁ କୋଠାରେ ସିକ୍ୟୁରିଟି ବ୍ୟବସ୍ଥା ଢିଲା ଥିଲା, ସେହି ଘରକୁ ଟାର୍ଗେଟ କରୁଥିଲା।

ଯେମିତି ଚୋରି ସାମଗ୍ରୀ ଚିହ୍ନଟ କରିନହେବ ସେଥିପାଇଁ ସେ କେବଳ ଟଙ୍କା ଓ ସୁନା ଚୋରି କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏପର୍ଯ୍ୟନ୍ତ ତାକୁ ଅତିକମ୍‌ରେ ଆଠ ଥର ଗିରଫ କରାଯାଇଛି ଏବଂ ୨୩ଟି ମାମଲାରେ ଅପରାଧୀ ସାବ୍ୟସ୍ତ ହୋଇଛି । ଏଥିସହ "ନଦୀମ ଗ୍ୟାଙ୍ଗ" ନାମକ ଏକ ଟିମ କରିଥିଲା, ଏହି ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସମାନ ଢଙ୍ଗରେ ଚୋରି କରୁଥିଲେ। ପୋଲିସ ବର୍ତ୍ତମାନ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । 

Advertisment
Advertisment