Advertisment

ସୁପାରୀ କିଲର ଲଗାଇ ମାରିଦେଲେ, ଲେକ୍‌ରେ ଫିଙ୍ଗିଦେଲେ..!

୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍  ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା ।

Crime

Crime

Advertisment

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଭବାନୀ ରାଉତଙ୍କ ବଡଭାଇ ଓ ଭାଉଜ ଚାରି ସୁପାରି କିଲର ମିଶି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ଏନେଇ ମୃତ ମନରଂଜନଙ୍କ ଭାଇ ହେମନ୍ତ ମହାପାତ୍ର ସଂଗୀନ ଅଭିଯୋଗ ଆଣିଛନ୍ତି । ପୋଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ବେଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ୫ ଦିନ ତଳେ ଗାଁ ନିକଟ ଜଙ୍ଗଲ ଭିତରୁ ସେମାନଙ୍କ ବାଇକ ଓ ଚପଲ ଠାବ କରାଯାଇଥିଲା ।

ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ। ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ଯୁବକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏପରି ସମୟରେ ମିତ୍ରପୁର ନିକଟ ଏକ ପରିତ୍ୟକ୍ତ ଖାଦାନକୁ କିଛି ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବାଇକ୍‌ (ଓଡି-୦୧-ଆର୍‌-୬୦୩୦) ସହ ଅନେକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ।

Advertisment

ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଗାଡ଼ିଟି କାଂଶ ଅଞ୍ଚଳର ନିଖୋଜ ଭବାନୀ ଶଙ୍କର ରାଉତଙ୍କ ବଡ଼ଭାଇଙ୍କର ବୋଲି ଜଣାପଡ଼ିଥିଲା। ଏହା ସହିତ ଘଟଣାସ୍ଥଳରେ ପଡ଼ିଥିବା ଚପଲ ନିଖୋଜ ମନୋରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।

ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଭବାନୀ ପିନ୍ଧିଥିବା କାନର ନୋଳି ଓ କିଛି ଚୁଟିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି। ହତ୍ୟା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଖାଦାନ ପାଣିରେ ଖୋଜାଖୋଜି କରାଯାଇଥିଲା। ତେବେ ଚାରିଦିନ ପରେ ଆଜି ଭାସୁଥିବା ଦୁଇଟି ଶବ ଉଦ୍ଧାର ହୋଇଛି। ତେବେ ଶବଗୁଡିକ ସମ୍ପୃକ ଯୁବକଙ୍କର ନା ଆଉ କାହାର, ତାହା ଜଣାପଡିନି।

Advertisment
Murder Double Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ