Special Story: ଯୌତୁକ ପାଇଁ ରାକ୍ଷସ ପାଲଟିଲା ସ୍ୱାମୀ, ସ୍ତ୍ରୀକୁ ପିଟି ପିଟି ଫିଙ୍ଗିଦେଲା !

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସହଦେବ ଦାସ ପାଟଣା ଗାଁର ଏ ଅଭିଯୋଗ । ବାପଘର ଲୋକଙ୍କ ସହ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ଜଣେ ମହିଳା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ ହୋଇ ବସିଛି ।

ସ୍ୱାମୀ ନୁହେଁ ସେ ରାକ୍ଷସ !

ଗୋଟିଏ ହାତରେ ପେଟ୍ରୋଲ, ଅନ୍ୟ ହାତରେ ଦିଆସିଲି, ଥାନା ଆଗରେ କାନ୍ଦି କାନ୍ଦି ଦୁଃଖ ବଖାଣୁଛନ୍ତି ମହିଳା । ନିଜ ଦୁଃଖକୁ ବଖାଣିବେନି ବା କେମିତି, ସେ ପରା ଜଣେ ମା’ ନିଜେ ଲଢ଼େଇ କରୁଛନ୍ତି ଆଉ ନିଜ ପିଲାଙ୍କ ପାଇଁ ବି ହକ୍‌ ମାଗୁଛନ୍ତି । ଯୌତୁକ ପାଇଁ ଦେହରେ ମାଡ଼ର ଚିହ୍ନ ରହିଛି, ତଥାପି ସେ ଲଢ଼େଇ ଜାରି ରଖିଛନ୍ତି । ବାହାଘରର ୧୫ ବର୍ଷ ପରେ ସ୍ତ୍ରୀକୁ ମାଡ଼ ମାରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଡ଼ି ପଟେ ଫିଙ୍ଗି ଦେଇଥିଲା ସ୍ୱାମୀ । ଆଉ ଦାବି କରିଥିଲା ୩ ଲକ୍ଷ ଟଙ୍କା । ସେଇଥିପାଇଁ ଏ ମହିଳା ଜଣକ ଲଢ଼ୁଛନ୍ତି ନ୍ୟାୟର ଲଢ଼େଇ । ନ୍ୟାୟ ନ ମିଳିଲେ ଥାନା ଆଗରେ ଜୀବନ ହାରିବାକୁ କାନ୍ଦି କାନ୍ଦି ଚେତାବନୀ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ର ଗିରଫ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସହଦେବ ଦାସ ପାଟଣା ଗାଁର ଏ ଅଭିଯୋଗ । ବାପଘର ଲୋକଙ୍କ ସହ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ଜଣେ ମହିଳା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ ହୋଇ ବସିଛି । ଆଉ କହୁଛି, ଚିଠା କରିକି ଦିଅ ତମ ଯୌତୁକ ଜିନିଷ ଆଣିବ । ଚାନ୍ଦବାଲି NAC ନୟାହାଟ ଗାଁର ମନମୋହନ ବାରିକ, ଭାଟପଡା ପଞ୍ଚାୟତର ସହଦେବ ଦାସ ପାଟଣା ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲା l

ବିବାହର ତିନି ବର୍ଷ ପରେ ସ୍ଵାମୀ ମନମୋହନ ପତ୍ନୀଙ୍କୁ ବିଭିନ୍ନ ସମୟରେ ଯୌତୁକ ପାଇଁ ମାଡ଼ ମାରୁଥିଲା ବୋଲି ଅଭିଯୋଗ ହୋଇଛି । ଗତ ୨୮ ତାରିଖରେ ମନମୋହନ ପତ୍ନୀଙ୍କୁ  ମାଡ଼ ମାରି ଝାଉଁ ବାଡ଼ିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଝିଅକୁ ସେଠାରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରି ଥାନାରେ ଅଭିଯୋଗ କରିଥିଲେ ପରିବାର । କିନ୍ତୁ ଅଭିଯୋଗର ୧୨ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ତେବେ ଏହି ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅଭିଯୁକ୍ତମାନଙ୍କୁ ଧରିବାକୁ ମଧ୍ୟ ଚେଷ୍ଟା କରାଯାଉନାହିଁ । ଏନେଇ ଆମେ ପୋଲିସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।